ଦେଓଗାଁ:ଠିକ୍ ସମୟରେ ଘରୁ ବାହାରି ସ୍କୁଲ୍କୁ ଆସିଥିଲେ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷୟିତ୍ରୀ। ହେଲେ ବିଦ୍ୟାଳୟ ଗେଟ୍ରେ ଗାଁ ଲୋକେ ତାଲା ପକାଇ ଦେଇ ଆନ୍ଦୋଳନ କରୁଥିବାରୁ ଟାଣ ଖରାରେ ଗଛ ମୂଳେ ପିଲା ପାଠ ପଢୁଛନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀରଜିଲ୍ଲା ଦେଓଗାଁ ବ୍ଲକ୍ର ବର୍କାନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।
ଏହି ବିଦ୍ୟାଳୟରେ ଶିଶୁ ବାଟିକା ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ରହିଛି। ୧୭୦ ଜଣ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ୪ ଜଣ ଶିକ୍ଷୟିତ୍ରୀ ରହିଛନ୍ତି। ଏହି ଶିକ୍ଷୟତ୍ରୀଙ୍କ ମଧ୍ୟରୁ ଜଣେ ପ୍ରଧାଶିକ୍ଷକ ଦାୟିତ୍ୱରେ ରହିଛନ୍ତି। ଯାହା ଫଳରେ ପାଠପଢ଼ାରେ ଘୋର ଅସୁବିଧା ଦେଖା ଦେଇଛି।
ଏନେଇ ବିଦ୍ୟାଳୟ ପରିଚାଳନା କମିଟି ଦେଓଗାଁ ଶିକ୍ଷା ବିଭାଗଙ୍କ ପାଖରେ ଅଭିଯୋଗ କଲେ ବି କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ମଙ୍ଗଳବାର ଗେଟ୍ରେ ତାଲା ପକାଇ ଗାଁ ଲୋକେ ଆନ୍ଦୋଳନ କରୁଛନ୍ତି । ଶ୍ରେଣୀ ଭିତରେ ପଙ୍ଖା ତଳେ ପାଠ ପଢୁଥିବା ଛାତ୍ରଛାତ୍ରୀ ଗଛ ମୂଳେ ବସି ପାଠପଢୁଛନ୍ତି। ନେଇ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଗାଁ ଲୋକେ ଦାବି କରିଛନ୍ତି।
Balangir
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/08/05/school-gate-locked-over-demand-for-principal-appointment-students-studying-under-trees-2025-08-05-14-42-33.jpg)