ବାତ୍ୟା ପାଇଁ ଡିସେମ୍ବର ୪ରେ ପୁରୀ ଓ ଗଂଜାମରେ ସ୍କୁଲ ଛୁଟି, ପ୍ରଶାସନକୁ ସହଯୋଗ କରିବେ ଶିକ୍ଷକ

ଭୁବନେଶ୍ବର: ବାତ୍ୟା ‘ଜୱାଦ’ ପାଇଁ  ଡିସେମ୍ବର ୪ ତାରିଖରେ ପୁରୀ ଓ ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ନିର୍ଦ୍ଦେଶ ହୋଇଛି । ପୁରୀ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଡିସେମ୍ବର ୪ ତାରିଖରେ ବନ୍ଦ ରଖାଯିବ।

ସେହିପରି ଗଂଜାାମ ଜିଲ୍ଲାରେ ମଧ୍ୟ ଡିସେମ୍ବର ୪ ତାରିଖରେ ସମସ୍ତ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ନମିତା ସେନାପତି ଏହି ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ଆସୁଥିବାରୁ ଆଗୁଆ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। ପିଲାମାନଙ୍କର ସ୍ବାର୍ଥକକୁୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ପିଲାଙ୍କ ପାଇଁ ସ୍କୁଲ ଛୁଟି ଥିବା ବେଳେ ଶିକ୍ଷକ ଓ ଅନ୍ୟ କର୍ମଚାରୀ ସ୍କୁଲ ଆସିବାକୁ ନିର୍ଦ୍ଦେଶ ରହିଛି । ସ୍କୁଲରେ ରହି ଉପସ୍ଥିତ ରହି ପ୍ରଶାସନକୁ ସହଯୋଗ କରିବେ ଶିକ୍ଷକ।

ସୂଚନାଯୋଗ୍ୟ, ସମ୍ଭାବିତ ବାତ୍ୟାକୁ ଦୃଷ୍ଟିରେ ରଖି କୋରାପୁଟ ଓ ନୟାଗଡ଼ ଜିଲ୍ଲାରେ ଡିସେମ୍ବର ୩ରୁ ୫ ତାରିଖ ଯାଏଁ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି।

ସମ୍ବନ୍ଧିତ ଖବର