ମ.ରାମପୁର : ପ୍ରବଳ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଡମ୍ବକର୍ଲାଖୁଣ୍ଟା ଗ୍ରାମ ନିକଟ ନାଳରେ ବନ୍ୟାପାଣି ଆସିବାରୁ ମଦନପୁରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରାୟ ୨୦ ଜଣ ଛାତ୍ର ଘରକୁ ଫେରି ପାରି ନାହାନ୍ତି। ସେମାନଙ୍କୁ ଡମ୍ବକର୍ଲାଖୁଣ୍ଟା ସ୍କୁଲ୍ରେ ରଖାଯାଇ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି ବୋଲି ବ୍ଲକ୍ ପ୍ରଶାସନ ପକ୍ଷରୁ କୁହାଯାଇଛି।
ଉକ୍ତ ଆଦର୍ଶ ବିଦ୍ୟାଳୟରେ ହଷ୍ଟେଲ ବ୍ୟବସ୍ଥା ହୋଇ ପାରି ନଥିବାରୁ ଛାତ୍ରଛାତ୍ରୀମାନେ ନିଜ ସୁବିଧାରେ ଯିବା ଆସିବା କରୁଛନ୍ତି। ଶୁକ୍ରବାର ସ୍କୁଲ ଛୁଟି ପରେ ୫୦ ଜଣ ଛାତ୍ରଛାତ୍ରୀ ସାଇକଲ, ବସ୍ ଯୋଗେ ଘରକୁ ଫେରୁଥିଲେ। ସ୍କୁଲଠାରୁ ପ୍ରାୟ ୯ କିମି ଦୂରରେ ଥିବା ଡମ୍ବକର୍ଲାଖୁଣ୍ଟା ନାଳର ପୋଲ ଉପରେ ପ୍ରାୟ ୩ ଫୁଟ ପାଣି ପ୍ରବାହିତ ହେଉଥିଲା। ଫଳରେ ସେମାନେ ନାଳ ପାରି ହୋଇ ପାରି ନଥିଲେ। ଖବର ପାଇ ବିଡିଓ ରୋମାନା ଜାଫ୍ରି, ସ୍କୁଲ କର୍ତ୍ତୃର୍ପକ୍ଷ ଘଟଣାସ୍ଥଳରେ ପହଞ୍ଚିଥିଲେ। ଛାତ୍ରୀମାନଙ୍କୁ ଡମ୍ବ କର୍ଲାଖୁଣ୍ଟା ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ବିସ୍କୁଟ ଦିଆଯାଇ ବିଡିଓଙ୍କ ଅଫିସ ଗାଡ଼ିରେ ସେମାନଙ୍କ ଘରକୁ ପହଞ୍ଚାଇ ଦିଆ ଯାଇଥିଲା। ପ୍ରାୟ ୨୦ ଜଣ ଛାତ୍ର ଓ ଅନ୍ୟ କିଛି ଯାତ୍ରୀଙ୍କୁ ସ୍କୁଲ୍ରେ ରହିବା ବ୍ୟବସ୍ଥା କରାଯାଇ ରନ୍ଧାଖାଦ୍ୟ ଦିିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/banya.jpg)