ଶିକ୍ଷୟିତ୍ରୀଙ୍କ ବଦଳି ବାତିଲ ଦାବିରେ ସ୍କୁଲରେ ତାଲା

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଲକ୍ଷ୍ମୀପୁର ପଞ୍ଚାୟତ ଅନ୍ତର୍ଗତ ମନୋହରପୁର ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁନୀତା ସିଂଙ୍କ ବଦଳି ହୋଇଛି। ବଦଳି ବାତିଲ ନେଇ ବାରମ୍ବାର ସ୍କୁଲ ଶିକ୍ଷା କମିଟି ଓ ଗ୍ରାମବାସୀ ଉଚ୍ଚଅଧିକାରୀଙ୍କୁ ଜଣାଇ ଆସୁଥିଲେ। କିନ୍ତୁ ଶିକ୍ଷା ବିଭାଗ ଏହାକୁ ଖାମଖିଆଲି ନେଇଥିବା ପ୍ରତିବାଦରେ ସ୍କୁଲ କମିଟି ପକ୍ଷରୁ ସ୍କୁଲରେ ତାଲାବନ୍ଦ ଆନ୍ଦୋଳନ କରିଛନ୍ତି। ସ୍କୁଲ କମିଟି ସଭାପତି ଯୁଧିଷ୍ଠିର ନାଏକ, ଓ୍ଵାର୍ଡସଭ୍ୟ କେଶବଚନ୍ଦ୍ର ସାଙ୍କ ନେତୃତ୍ୱରେ ବୁଧବାର ଗ୍ରାମବାସୀ ଧାରଣା ଦେଇଥିଲେ।

ସମ୍ବନ୍ଧିତ ଖବର