ଗଣଶିକ୍ଷା ବିଭାଗ ଯୋଜନାର ତଦାରଖ ପାଇଁ ନିର୍ଦେଶ: ୩୦ ଜିଲ୍ଲାକୁ ଯିବେ ୩୦ ଅଧିକାରୀ

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାଗୁଡ଼ିକର ତଦାରଖ ହେବ। ଏ ନେଇ ବିଭାଗୀୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ବିଭାଗର ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ପ୍ରକାଶିତ ନିର୍ଦେଶନାମା ଅନୁଯାୟୀ ୩୦ ଜଣ ବିଭାଗୀୟ ଅଧିକାରୀ ମାସକୁ ୨ରୁ ୩ ଥର ଜିଲ୍ଲାଗସ୍ତ କରିବେ। ଗସ୍ତ ସମୟରେ ଅଧିକାରୀମାନେ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟକୁ ଯାଇ ଯୋଜନାର ସ୍ଥିତି ଯାଞ୍ଚ କରିବେ। ମାଧ୍ୟମିକ ଏବଂ ପ୍ରାଥମିକ ବିଦ୍ୟାଳୟକୁ ମଧ୍ୟ ଗସ୍ତ କରି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରାଯାଉଥିବା ବ୍ୟବସ୍ଥା ସହ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନାର ସମୀକ୍ଷା କରିବେ। ଏଥିସହ ତୃଣମୂଳସ୍ତରରେ କାର୍ଯ୍ୟାନ୍ଵୟନ ସମୟରେ ଉପୁଜୁଥିବା ସୁବିଧା ଅସୁବିଧା ସମ୍ପର୍କରେ ବିଭାଗୀୟ ଅଧିକାରୀମାନେ ଅନୁଧ୍ୟାନ କରି ଆଶୁ ସମାଧାନର ପନ୍ଥା ନିର୍ଧାରଣ କରିବେ। ଡିସେମ୍ବର ୧ରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ୩୦ ଜଣ ଅଧିକାରୀ ଜିଲ୍ଲା ଗସ୍ତ କରିବେ। ୪ ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶନାମାରେ କୁହାଯାଇଛି।

ସମ୍ବନ୍ଧିତ ଖବର