ରାଜଧାନୀରୁ ଯୁବକଙ୍କୁ ଅପହରଣ ମାମଲା: ଅଭିଯୁକ୍ତକୁ ଚିହ୍ନିଲେ ଅପହୃତ, ଚା’ ପିଇବାକୁ ଡାକିଥିଲା ଅଭିଯୁକ୍ତ ସ୍କୁଲ ସାଙ୍ଗ

ଭୁବନେଶ୍ୱର: ସ୍ଥାନୀୟ ଲକ୍ଷ୍ମୀସାଗରର ଯୁବକ ଈଷାନ ଅଗ୍ରୱାଲ୍ ଅପହରଣ ମାମଲାରେ ନୂଆ ମୋଡ଼ ନେଇଛି। ବନ୍ଧୁକୁ ବନ୍ଧୁ ଧୋକା ଦେଇଛି। ଗିରଫ ଅଭିଯୁକ୍ତମାନଙ୍କ ମୁହଁ ଦେଖିବା ପରେ ଈଷାନ ଚିହ୍ନି ପାରିଥିଲେ ନିଜର ସ୍କୁଲ ସାଙ୍ଗ ଧନେଶ୍ୱର ପାତ୍ରକୁ। ଆଜି ସିନ୍ ରିକ୍ରିଏସନ କରିଛି ପୁଲିସ । ଈଷାନଙ୍କୁ କେଉଁ ଚାହା ଦୋକାନ ପାଖରୁ ଅପହରଣ କରିଥିଲେ, ଅପହରଣ କରିବା ଲାଗି କିଭଳି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ, ସେସବୁ କରି ଦେଖାଉଛନ୍ତି ଗିରଫ ଚାରି ଅଭିଯୁକ୍ତ । ସ୍ପେଶାଲ ସ୍କ୍ୱାର୍ଡ ଆଉ ଲକ୍ଷ୍ମୀସାଗର ପୁଲିସ ଆଜି ସେମାନଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ କରିଛି ।

ବନ୍ଧୁ ଧନେଶ୍ୱର ପାତ୍ର ଘଟଣା ଦିନ ଈଷାନଙ୍କୁ ଚା’ ପିଇବାକୁ ଡାକିଥିଲା ଲକ୍ଷ୍ମୀସାଗରରେ ଥିବା ଚା’ ଦୋକାନ ପାଖକୁ ଡାକିବା ପୂର୍ବରୁ ଅପହରଣ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ଈଷାନ ଆସିବା ପରେ ପୂର୍ବରୁ ପ୍ରସ୍ତୁତ ଦୁର୍ବତ୍ତମାନେ ଗାଡି ଧରି ଥିଲେ। ଈଷାନ ଆସିବା ପରେ ଗାଡି ପାଖରେ ଲଗାଇ ଅପହରଣ କରିନେଇଥିଲେ ।  ଈଷାନଙ୍କ  ବାପା ପୁଲିସ ପାଖରେ ଅଭିଯୋଗ କରିବା ପରେ ସ୍ପେଶାଲ ସ୍କ୍ୱାର୍ଡର ଆରମ୍ଭ ହୋଇଥିଲା ସ୍ବତନ୍ତ୍ର ଅପରେସନ।

ତେବେ ଦୀର୍ଘ ୩୬ ଘଣ୍ଟାର ଅପରେସନ ପରେ ପୁଲିସ ଈଷାନଙ୍କୁ  ନୟାଗଡ଼ ସୁନାଖଳାରୁ ଉଦ୍ଧାର କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରାଛି । ଅଭିଯୁକ୍ତମାନେ ଅପହରଣ ପରେ ୩ଟି ଟିମ୍ ବନାଇଥିଲେ । ଧରାପଡ଼ିବା ଭୟରେ ପ୍ରତି ଟିମ୍ ଅନ୍ୟ ଟିମ୍ ଠାରୁ ୨୦ରୁ ୩୦ କିମି ଦୂରରେ ରହୁଥିଲେ । ଟ୍ରାପିଂ ଭୟରେ ଜଣେ ଅନ୍ୟ ଜଣକୁ ଫୋନ୍ କରି ଟଙ୍କା ମାଗୁଥିଲେ। ମୋବାଇଲ୍ ଟ୍ରାକିଂ କରି ଖୋର୍ଦ୍ଧା, ଗଞ୍ଜାମ ଓ ନୟାଗଡ଼ରେ ଚଢ଼ଉ କରାଯାଇଥିଲା । ଈଷାନଙ୍କ ବାପାଙ୍କୁ ଫୋନ୍ କରି ୩୦ ଲକ୍ଷ ମାଗିଥିଲେ ଅପହରଣକାରୀ । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିବା ପରେ ରିମାଣ୍ଡ ଆଣିବ ପୁଲିସ।

ସୂଚନାଯୋଗ୍ୟ, ଅଭିଯୁକ୍ତ ୪ ଜଣଙ୍କ ମଧ୍ୟରୁ ୨ ଜଣ ଗତମାସ ୫ ତାରିଖରେ ବ୍ରହ୍ମପୁର ଉପକଣ୍ଠ ପାଲୁର୍‌ ହିଲସ୍‌ ନିକଟରେ ଚାଲିଥିବା ଆଇଜର୍‌ କୋଠାର ଡିଜାଇନ୍‌ କାମ ପାଇଁ ଆକିଂଟେକ୍ଟ ଆବଶ୍ୟକ ବୋଲି କହି ୨ଜଣ ଆର୍କିଟେକ୍ଟ ଦରକାର କହି ଫୋନ୍‌ରେ ଡାକିଥିଲେ। ମୋବାଇଲ୍‌ ଜିପିଏସ୍‌ରେ ସେମାନଙ୍କ ଗତିବିଧି ଦୁର୍ବୃତ୍ତମାନେ ଟ୍ରାକ୍‌ କରୁଥିଲେ। ଦୁଇ ଆର୍କିଟେକ୍ଟ ବ୍ରହ୍ମପୁର ଉପକଣ୍ଠ ଲଉଡ଼ିଗାଁରେ ପହଞ୍ଚିବା ମାତ୍ରେ ସେମାନଙ୍କ ଆଖିରେ ଦୁର୍ବୃତ୍ତ ଲଙ୍କାଗୁଣ୍ଡ ‌ଫିଙ୍ଗି କାର୍‌ ସହ ଅପହରଣ କରି ନେଇଥିଲେ। ଏ ଦୁଇ ଜଣଙ୍କୁ ମୁଣ୍ଡଜାମିନ୍‌ ରଖି ଅପହରଣକାରୀ ୩୦ ଲକ୍ଷ ଟଙ୍କା ବଟି ଦାବି କରୁଥିଲେ। ଗୋଳନ୍ଥରା ଥାନାରେ ଏ ନେଇ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା। ଏହି ଲୁଟ ଘଟଣାରେ ଦୁବୃର୍ତ୍ତମାନେ ଯେଉଁ କାର ବ୍ୟବହାର କରିଥିଲେ, ସେଥିରେ ହିଁ ଈଷାନ ଅଗ୍ରୱାଲକୁ ଅପହରଣ କରିଥିଲେ।

ସମ୍ବନ୍ଧିତ ଖବର