ମୟୂରଭଞ୍ଜ : ପ୍ରଥମ ଦିନରେ ଆସିଲେ ୩୦ପ୍ରତିଶତରୁ କମ ଛାତ୍ରଛାତ୍ରୀ

୩୨ହଜାର୨୭୪ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଆସିଲେ ୯ହଜାର ୫୩୪
ବଡ଼ସାହିରେ ସର୍ବାଧିକ, ଶ୍ୟାମାଖୁଣ୍ଟାରୁ ସର୍ବନିମ୍ନ

ବାରିପଦା : ବିଦ୍ୟାଳୟ ଖୋଲିବାର ଆଜି ପ୍ରଥମ ଦିନର ୩୦ପ୍ରତିଶତରୁ କମ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସିଛନ୍ତି। ଜିଲ୍ଲାର ମୋଟ ୫୨୧ ଉଚ୍ଚବିଦ୍ୟାଳୟର ୩୨ହଜାର ୨୭୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯ହଜାର ୫୩୪ ଜଣ ପ୍ରଥମ ଦିନରେ ବିଦ୍ୟାଳୟକୁ ଫେରିଛନ୍ତି। ସେହିପରି ଜିଲ୍ଲାର ୪ହଜାର ୨୩୧ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ୪ହଜାର ୭୭ଜଣ ପ୍ରଥମ ଦିନରେ ଉପସ୍ଥିତ ରହିଛନ୍ତି। ୧୦ହଜାର ୨୫୫ଜଣ ଛାତ୍ରଛାତ୍ରୀ ସେମାନଙ୍କର ସହମତି ପତ୍ର ସଂପୃକ୍ତ ବିଦ୍ୟାଳୟଗୁଡ଼ିକରେ ଜମା କରିଥିବା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ। ବଡ଼ସାହି ବ୍ଲକରେ ଥିବା ୩୮ ଉଚ୍ଚବିଦ୍ୟାଳୟର ମୋଟ ୨ହଜାର ୭୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮୨୯ଜଣ ପ୍ରଥମ ଦିନରେ ବିଦ୍ୟାଳୟକୁ ଆସିଛନ୍ତି। ଯାହାକି ଜିଲ୍ଲାରେ ସର୍ବାଧିକ ବୋଲି ଜଣାପଡ଼ିଛି।

ସେହିପରି ଶ୍ୟାମାଖୁଣ୍ଟା ବ୍ଲକରେ ଥିବା ୧୪ ଉଚ୍ଚବିଦ୍ୟାଳୟର ୭୭୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୧୬୯ଜଣ ବିଦ୍ୟାଳୟକୁ ଫେରିଛନ୍ତି। ଯାହାକି ଜିଲ୍ଲାରେ ସର୍ବନିମ୍ନ। ବହଳଦା ବ୍ଲକରେ ଥିବା ୧୬ ସ୍କୁଲରେ ୧୩୭୪ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୪୧, ବାଙ୍ଗିରିପୋଷିର ୨୨ ସ୍କୁଲରେ ୧୨୦୨ଜଣଙ୍କ ମଧ୍ୟରୁ ୩୯୨, ବାରିପଦାର ୩୦ ସ୍କୁଲରେ ୨୦୮୬ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୩୩, ବେତନଟୀର ୩୬ ବିଦ୍ୟାଳୟରୁ ୨୪୬୩ ଜଣଙ୍କ ମଧ୍ୟରୁ ୬୮୯, ବିଜାତଳାରେ ୧୪ ସ୍କୁଲ‌ରେ ୮୦୩ଜଣଙ୍କ ମଧ୍ୟରୁ ୨୪୩, ବିଶୋଇରେ ୧୪ ସ୍କୁଲରେ ୧୦୫୩ରୁ ୧୭୪, ଜିବିନଗରରେ ୨୪ ବିଦ୍ୟାଳୟରୁ ୧୧୭୮ରୁ ୩୫୫ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସେହିପରି ଜାମ୍ଦାର ୧୨ ସ୍କୁଲରେ ୯୭୬ରୁ ୩୫୬, ଯଶୀପୁରରେ ୨୩ ସ୍କୁଲରେ ୧୧୮୮ରୁ ୩୧୨, କପ୍ତିପଦାରେ ୩୯ ବିଦ୍ୟାଳୟରୁ ୧୮୭୫ରୁ ୪୮୯, କରଞ୍ଜିଆରେ ୨୦ ସ୍କୁଲରେ ୧୩୯୭ରୁ ୩୪୮, ଖୁଣ୍ଟାରେ ୧୫ ସ୍କୁଲ‌ୋ ଥିବା ୭୧୨ରୁ ୨୦୬, କୁଳିଅଣାର ୧୯ ସ୍କୁଲରେ ୧୨୭୦ରୁ ୩୦୬, କୁସିମୀରେ ୧୬ସ୍କୁଲରେ ୧୧୧୫ରୁ ୩୭୭, ମୋରଡ଼ାରେ ୩୬ସ୍କୁଲ‌ୋ ୧୯୧୬ରୁ ୬୯୭, ରାଇରଙ୍ଗପୁରରେ ୧୨ ସ୍କୁଲ‌ୋ ୧୨୮୧ରୁ ୫୧୦, ରରୁଁଆରେ ୧୫ ସ୍କୁଲରେ ୯୮୫ରୁ ୨୭୭, ରାସଗୋବିନ୍ଦପୁରର ୨୬ ବିଦ୍ୟାଳୟରୁ ୧୫୯୩ରୁ ୪୯୯, ସାରସକଣାରେ ୨୨ସ୍କୁଲରେ ୧୦୮୯ରୁ ୩୮୪, ଶୁକୃଳିର ୧୯ ବିଦ୍ୟାଳୟର ୧୩୮୧ରୁ ୪୪୬, ଶୁଳିଆପଦାରେ ଥିବା ୨୩ ବିଦ୍ୟାଳୟର ୧୪୧୬ରୁ ୪୮୮, ଠାକୁରମୁଣ୍ଡାର ୨୫ ସ୍କୁଲରେ ୧୩୬୨ରୁ ୩୬୩, ତିରିଂରେ ଥିବା ୧୧ ସ୍କୁଲରେ ୭୬୯ରୁ ୨୦୦ ଏବଂ ଉଦଳାରେ ଥିବା ୧୮ ବିଦ୍ୟାଳୟର ୧୦୧୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଦିନରେ ୧୮୦ଜଣ ବିଦ୍ୟାଳୟକୁ ଆସିଥିବା ଜଣାପଡ଼ିଛି। ଆଗାମୀ ଦିନରେଏହି ସଂଖ୍ୟା ନିଶ୍ଚିତ ବୃଦ୍ଧି ପାଇବା ନେଇ ବିଦ୍ୟାଳୟଗୁଡ଼ିକ ପକ୍ଷରୁ ବିଶ୍ବାସ ପ୍ରକଟ କରାଯାଇଛି।

ସମ୍ବନ୍ଧିତ ଖବର