ତିନିଦିନ ହେଲା ସ୍କୁଲ୍‌ଘର ମେଲା, ଉତ୍ତେଜନା

ଆନନ୍ଦପୁର : ତିନିଦିନ ହେଲା ସ୍କୁଲ୍‌ଘରେ ତାଲା ପଡ଼ିନି। ସ୍କୁଲ ଛୁଟି ହେଲା ପରେ ଶିକ୍ଷକ ଓ କର୍ମଚାରୀମାନେ ଘରକୁ ପଳାଇଲେ। ତାଲା ପକାଇବାକୁ ଭୁଲିଗଲେ। ଏହାକୁ କେନ୍ଦ୍ରକରି ଆଜି ଖାଳିଆମେଣ୍ଟା ବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ପ୍ରାପ୍ତ ସୂଚନା ଅନୁସାରେ, ଶନିବାର ସ୍କୁଲ୍‌ ଛୁଟି ହେଲା ପରେ ଛାତ୍ରଛାତ୍ରୀ ଘରକୁ ଯାଇଥିଲେ। ସେମାନଙ୍କ ପଛେପଛେ ଶିକ୍ଷକ ଓ କର୍ମଚାରୀମାନେ ମଧ୍ୟ ପଳାଇଥିଲେ। କିନ୍ତୁ ବିଦ୍ୟାଳୟରେ ତାଲା ପକାଇବାକୁ ଭୁଲି ଯାଇଥିଲେ।

ଏକଥା ଜାଣିବା ପରେ କିଛି ସ୍ଥାନୀୟ ଯୁବକ ବିଦ୍ୟାଳୟରେ ତାଲା ପକାଇଥିଲେ। ଆଜି ସାଢ଼େ ୯ବେଳେ ଛାତ୍ରଛାତ୍ରୀ ବିଦ୍ୟାଳୟରେ ପହଞ୍ଚିଥିଲେ। ପରେପରେ ଅଭିଭାବକ ଓ ଗ୍ରାମବାସୀ ମଧ୍ୟ ପହଞ୍ଚିଥିଲେ। ସ୍କୁଲ୍‌ରେ କାହିଁକି ତାଲା ପକାଗଲା ନାହିଁ ବୋଲି କହି ଗ୍ରାମବାସୀ ପାଟିତୁଣ୍ଡ କରିଥିଲେ। ସରପଞ୍ଚ ବୃନ୍ଦାବନ ଜେନାଙ୍କ ହସ୍ତକ୍ଷେପ ପରେ ଘଟଣାର ସମାଧାନ ହୋଇଥିଲା।

ସମ୍ବନ୍ଧିତ ଖବର