ଆସନ୍ତାକାଲି ଖୋଲିବ ରାଜ୍ୟର ସମସ୍ତ ସ୍କୁଲ

ଭୁବନେଶ୍ୱର: ପୁଣି ବଦଳିଲା ନିଷ୍ପତ୍ତି। ଜୁନ୍ ୨୬ରେ ନୁହେଁ, ବରଂ ରାଜ୍ୟର ସମସ୍ତ ସ୍କୁଲ ଆସନ୍ତାକାଲି ଖୋଲିବ ।ପାଗରେ ପରିବର୍ତ୍ତନ ଯୋଗୁଁ ନିଷ୍ପତ୍ତି ବଦଳାଇଲେ ସରକାର ବୋଲି ଜଣାଯାଇଛି।

ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶ  ଏହି ସୂଚନା ଦେଇଛନ୍ତି। ପୂର୍ବରୁ ୨୫ ତାରିଖ ଯାଏ ଖରାଛୁଟି ବୃଦ୍ଧି କରିଥିଲେ ସରକାର ଏବଂ ଜୁନ୍ ୨୬ରେ ସ୍କୁଲ୍ ଖୋଲିବାର ଥିଲା । କିନ୍ତୁ ଆଜି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର