ଯାଜପୁରଟାଉନ/ସଦର : ବିଦ୍ୟାଳୟ ପାଚିକା ଓ ସହାୟିକାମାନଙ୍କର ୨୮ ମାସର ବର୍ଦ୍ଧିତ ପାରିଶ୍ରମିକ ପ୍ରଦାନ, ପାଚିକାମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ସହ ମାସିକ ୨୧ ହଜାର ଟଙ୍କାର ଦରମା ପ୍ରଦାନ ଇତ୍ୟାଦି ୭ ଦଫା ଦାବିରେ ସୋମବାର ଓଡ଼ିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ ଯାଜପୁର ଶାଖା ପକ୍ଷରୁ ବିକ୍ଷୋଭ କରାଯାଇଛି। ୭ ଦଫା ଦାବି ପୂରଣ ପାଇଁ ୩ ଶହରୁ ଊର୍ଦ୍ଧ୍ବ ପାଚିକା ଓ ସହାୟିକା ଶୋଭାଯାତ୍ରାରେ ଯାଜପୁର ସହର ପରିକ୍ରମା କରି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ।
ସଂଗଠକ ପ୍ରଭାତି ମଲିକଙ୍କ ସଭାପତିତ୍ବରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସଂଗଠକ ରାଜକିଶୋର ମଲିକ ଓ ଏଆଇୟୁଟିୟୁସି ଜିଲ୍ଲା ସମ୍ପାଦକ ସୁରେଶ ପ୍ରଧାନ ରାଜ୍ୟ ସରକାରଙ୍କ ଉଦାସୀନତାକୁ ସମାଲୋଚନା କରିଥିଲେ। ପରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ସଂଗଠନ ପକ୍ଷରୁ ସୀତାରାଣୀ ରାଉତ, ମିନତି ଦାସ, ଆରତୀ ରାଉତ ପ୍ରମୁଖ ବକ୍ତବ୍ୟ ରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/3ade102c-24b0-47df-ac52-57e64effc6c1.jpg)