ରାଜ୍ୟର ୨୫୩୧ ଘରୋଇ ସ୍କୁଲକୁ ମିଳିନାହିଁ ସ୍ୱୀକୃତି, ଗୃହରେ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ୨୫୩୧ଟି ଘରୋଇ ବିଦ୍ୟାଳୟ ପାଇନାହାନ୍ତି ସ୍ୱୀକୃତି | ଆବଶ୍ୟକ ମାନଦଣ୍ଡ ପୂରଣ କରି ନଥିବାରୁ ମିଳିନି ସ୍ୱୀକୃତି।  ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏ ନେଇ ସୂଚନା ଦେଇଛନ୍ତି | ସ୍ୱୀକୃତି ପାଇ ନଥିବା ବିଦ୍ୟାଳୟଗୁଡିକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ବିଦ୍ୟାଳୟ ବନ୍ଦ ପାଇଁ ପଦକ୍ଷେପ ନିଆଯାଉଛି। ଆଜି ଗୃହରେ ବିଧାୟକ ଚକ୍ରମଣି କହଁର ପ୍ରଶ୍ନ କରିଥିଲେ ଯେ ରାଜ୍ୟରେ ସମୁଦାୟ କେତୋଟି ଘରୋଇ ସ୍କୁଲ ଅଛି ଓ ସେଥିମଧ୍ୟରୁ କେତୋଟି ସରକାରୀ ସ୍ବୀକୃତି ପାଇଛି ?

ଏହାର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ସମୁଦାୟ ୬୭୬୭ଟି ଘରୋଇ ବିଦ୍ୟାଳୟ ଅଛି | ସେଥିରୁ ୪୨୩୬ଟି ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟ ହୋଇଥିବା ବେଳେ ୨୫୩୧ଟି ବିଦ୍ୟାଳୟ ସ୍ୱୀକୃତି ପାଇନାହାନ୍ତି | ଏମାନଙ୍କ ମଧ୍ୟରୁ କିଛି ବିଦ୍ୟାଳୟ ସ୍ୱୀକୃତି ପାଇବା ପାଇଁ ଆବେଦନ କରିଥିଲେ ଓ ଆବଶ୍ୟକ ମାନଦଣ୍ଡ ପୂରଣ କରୁ ନଥିବାରୁ ସ୍ୱୀକୃତି ଦିଆଯାଇନାହିଁ |

ସେହିପରି ଯେଉଁ ବିଦ୍ୟାଳୟଗୁଡିକ ବିନା ସାର୍ଟିଫିକେଟରେ ଚାଲୁଅଛି, ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ବନ୍ଦ କରିବାକୁ ପଦକ୍ଷେପ ନିଆଯାଉଛି |

ସମ୍ବନ୍ଧିତ ଖବର