ଦାବିପୂରଣ କରି ରାଜ୍ୟରେ ସ୍କୁଲ କଲେଜ ଖୋଲିବା ଏକ ଉଚିତ ପଦକ୍ଷେପ: ଏବିଭିପି

ଭୁବନେଶ୍ୱର : କରୋନା ମହାମାରୀ ଯୋଗୁ ରାଜ୍ୟର ସମସ୍ତ ସ୍କୁଲ କଲେଜ ଗତ ମାର୍ଚ୍ଚ ମାସଠାରୁ ବନ୍ଦ ଥିଲା । ମହାମାରୀ ବର୍ତ୍ତମାନ ନିୟନ୍ତ୍ରଣକୁ ଆସି ଅନ୍ୟ ସମସ୍ତ କାର୍ଯ୍ୟ ସ୍ବଭାବିକ ହୋଇଥିଲେ ମଧ୍ୟ ସ୍କୁଲ କଲେଜ ଖୋଲିବା ପାଇଁ ସରକାର ପଦକ୍ଷେପ ନେଉନଥିଲେ ।

ରାଜ୍ୟରେ ଅନଲାଇନ ଶିକ୍ଷା ସମ୍ପୂର୍ଣ୍ଣ ରୂପେ ଫେଲ ମାରିଥିଲା ଏହା ବିଷୟରେ ଛାତ୍ରଛାତ୍ରୀ, ଅଭିଭାବକମାନେ ଏଭିବିପିକୁ ସ୍ୱର ଉତ୍ତୋଳନ ପାଇଁ ଜଣାଉଥିଲେ । ଏବିଭିପି ଦ୍ୱାରା ହେଇଥିବା ଏକ ସର୍ଭେରେ ୮୫% ରୁ ଅଧିକ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷା ଠିକ ଭାବେ ହେଉନଥିବା ଜଣେଇଥିଲେ । ଗତ ୩୧ ତାରିଖରେ ଏବିଭିପି ପ୍ରେସମିଟ କରି ସ୍କୁଲ କଲେଜ ଖୋଲିବା ପାଇଁ ଦାବି କରିଥିଲା । ଆଜି ଗଣଶିକ୍ଷା ବିଭାଗ ଏହି ଦାବି ପୁରଣ କରି ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଏହା ଦ୍ୱାରା ଛାତ୍ରଛାତ୍ରୀମାନେ କିଛି ମାତ୍ରାରେ ମାନସିକ ଚାପରୁ ମୁକ୍ତି ପାଇବେ । ଆଗାମୀ ବୋର୍ଡ଼ ପରୀକ୍ଷା ପାଇଁ କୋର୍ସ ଏବଂ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କଲେ ଏହା ଫଳପ୍ରଦ ହେବ ବୋଲି ଏବିଭିପି ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର କହିଛନ୍ତି ।

ସମ୍ବନ୍ଧିତ ଖବର