ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଦ୍ବାରା ସାରା ଦେଶରେ ଥିବା ବିଦ୍ୟାଳୟ ଛାତ୍ରଛାତ୍ରଙ୍କୁ ନେଇ ଅନୁଷ୍ଠିତ ରାଜ୍ୟ ଓ ଜାତୀୟସ୍ତରୀୟ ଶକ୍ତି ସ˚ରକ୍ଷଣ ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରଶ˚ସିତ େହାଇଛି। ୨୦୧୮ରେ ଅନୁଷ୍ଠିତ ପ୍ରତିଯୋଗିତାରେ ଓଡ଼ିଶାରୁ ସର୍ବାଧିକ ଛାତ୍ରଛାତ୍ରୀ ଭାଗନେଇଥିବାରୁ ଶକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ବ୍ୟୁରୋ ଅଫ୍‌ ଏନର୍ଜି ଏଫିସିଏନ୍ସିର ମହାନିର୍ଦେଶକ ଅଜୟ ବାର୍କେ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଓ ସମଗ୍ର ଶିକ୍ଷା ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭୂପେନ୍ଦ୍ର ସି˚ ପୁନିଆଙ୍କୁ ପ୍ରଶ˚ସା ସୂଚକ ସ୍ବୀକୃତି ପ୍ରମାଣପତ୍ର ପ୍ରଦାନ କରିଛନ୍ତି।

Advertisment

ଏହି ପ୍ରତିଯୋଗିତାରେ ଜୁନିଅର ଓ ସିନିଅର ବିଭାଗରେ ୩୦ଟି ଜିଲ୍ଲାରୁ ପ୍ରାୟ ୨୫ ହଜାର ୨୦୦ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ୪ର୍ଥରୁ ୯ମ ଶ୍ରେଣୀର ୬ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ଅ˚ଶଗ୍ରହଣ କରିଥିଲେ। ରାଜ୍ୟସ୍ତରରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ। ୫ମ ଶ୍ରେଣୀର ଜଣେ ଛାତ୍ରୀ କନିଷ୍ଠ ବର୍ଗରେ ଦ୍ବିତୀୟ ସ୍ଥାନ ହାସଲ କରି ୫୦ ହଜାର ଟଙ୍କା ସହ ସ୍ମୃତି ଫଳକ ଓ ପ୍ରମାଣପତ୍ର ହାସଲ କରିଥିଲେ।