ଆଶ୍ରମ ବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା; ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ

କେନ୍ଦୁଝର଼: କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ୍‌ ରାମଚନ୍ଦ୍ରପୁର ଆଶ୍ରମ ବିଦ୍ୟାଳୟରେ ପଢ଼ୁଥିବା ୧୩ ବର୍ଷର ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିସନ (ଏନ୍‌ଏଚ୍‌ଆର୍‌ସି) ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି। ମୃତ ଛାତ୍ରୀଙ୍କ ପରିବାରକୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବା ନେଇ ରିପୋର୍ଟ ତଲବ ହୋଇଛି।

ସୂଚନାଯୋଗ୍ୟ, ସାହାରପଡ଼ା ବ୍ଲକ୍‌ ରାମଚନ୍ଦ୍ରପୁର ଆଶ୍ରମ ବିଦ୍ୟାଳୟରେ ପଢ଼ୁଥିବା ତପସ୍ବିନୀ ହେମ୍ବ୍ରମ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ଏହି ଘଟଣା‌ରେ ମାନବାଧିକାର କର୍ମୀ ହିମାଂଶୁ ନାୟକ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ମାମଲା ରୁଜୁ କରିଥିଲେ।

ସମ୍ବନ୍ଧିତ ଖବର