ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏକ ଗାଇଡଲାଇନ୍ ଜାରି କରାଯାଇଛି। ଏହି ଗାଇଡ ଲାଇନ୍ ଅନୁଯାୟୀ, ଏଣିକି ସ୍କୁଲ ଓ ଯୁକ୍ତଦୁଇର ଛାତ୍ରଛାତ୍ରୀ ଅର୍ଥାତ୍ ୧୮ବର୍ଷରୁ କମ୍ ବୟସର ପିଲାମାନେ ଗାଡ଼ି ଚଳାଇ ପାରିବେ ନାହିଁ। ଯଦି କୌଣସି ଛାତ୍ରଛାତ୍ରୀ ଗାଡ଼ି ଚଳାଇବା ସମୟରେ ଧରା ପଡ଼ନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Times of Indiaଏଥିସହିତ ଗାଡି ମାଲିକ ସହିତ ସମ୍ପୃକ୍ତ ସ୍କୁଲ ଓ ଯୁକ୍ତଦୁଇ କଲେଜ ଛାତ୍ରଛାତ୍ରୀଙ୍କୁ ଜରିମାନା ଦେବାକୁ ପଡ଼ିବ। ସେହିପରି ସ୍କୁଲକୁ ଗାଡ଼ି ଚଢ଼ି ଆସୁଥିବା ପିଲାଙ୍କୁ ସ୍କୁଲ କର୍ତ୍ତୃପକ୍ଷ ବାରଣ କରିବେ। ତେବେ ଏହାକୁ ଛାତ୍ରଛାତ୍ରୀ ଯଦି ନମାନ୍ତି ତେବେ ନିକଟସ୍ଥ ଆରଟିଓଙ୍କୁ ଜଣାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ସମେତ ଘରୋଇ ବିଦ୍ୟାଳୟକୁ ବି ଏହି ନିୟମ ପାଳନ କରିବାକୁ ଉକ୍ତ ଗାଇଡ ଲାଇନ୍ରେ ଉଲ୍ଲେଖ ରହିଛି।
/sambad/media/post_attachments/wp-content/uploads/2019/12/Screen-Shot-2019-12-24-at-7.50.35-PM-1.png)
ନିକଟରେ ରାୟଗଡ଼ା ଆଶୋକ ନଗରରେ ପୁଅ ନିୟମ ଭାଙ୍ଗିଥିବା ବେଳେ ବାପାଙ୍କୁ ତଣ୍ଡ ଗଣିବାକୁ ପଡ଼ିଥିଲା। ଶେଖ ତାଫିବୁଲଙ୍କ ୧୩ ବର୍ଷର ନାବାଳକ କାର ଚଳାଉ ଥିବା ସମୟରେ ଧରାପଡ଼ି ଯାଇଥିଲା। ଏଥିପାଇଁ ବାପା ଶେଖ୍ ତାଫିବୁଲଙ୍କୁ ଜରିମାନା ବାବଦରେ ୨୫ ହଜାର ଟଙ୍କା ଗଣିବାକୁ ପଡ଼ିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/20jambike1_192312.jpg)