ବ୍ରହ୍ମପୁର : ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ଜଣେ କୋଟିପତି ଶିକ୍ଷକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ସଦର ଥାନା ଅନ୍ତର୍ଗତ ଗଉଞ୍ଜୁ ସ୍ଥିତ ବାଉରୀବନ୍ଧୁ ପାଳ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଥିବା ସହକାରୀ ଶିକ୍ଷକ ସଦାନନ୍ଦ ପାଢ଼ୀଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଛି। ଯାଞ୍ଚ ପରେ ଶିକ୍ଷକ ପାଢ଼ୀ ଓ ପରିବାରବର୍ଗଙ୍କ ନାମରେ ୧କୋଟି ୯୮ଲକ୍ଷ ୭୫ହଜାର ୬୭୯ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ରହିଥିବା ନେଇ ଭିଜିଲାନ୍ସ ବିଭାଗ ତାଲିକା ପ୍ରସ୍ତୁତ କରିଛି। ଶିକ୍ଷକ ଶ୍ରୀ ପାଢ଼ୀଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ହୋଇଥିଲା। ସେ ନେଇ ଭିଜିଲାନ୍ସ ବିଭାଗ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଅନୁମତି ପରେ ଆଜି ତାଙ୍କ ଶିଳ୍ପାଞ୍ଚଳ ଗୋବିନ୍ଦନଗର ସ୍ଥିତ ୩ମହଲା ଘର, ଆଙ୍କୋଲିରେ ଥିବା ୨ମହଲା ଘର, ବାଉରୀବନ୍ଧୁ ହାଇସ୍କୁଲରେ ଥିବା ତାଙ୍କର କାର୍ଯ୍ୟାଳୟ ଏବଂ ଗଉଞ୍ଜୁ ସ୍ଥିତ ପୈତୃକ ବାସଭବନରେ ଚଢ଼ଉ କରିଥିଲା। ଶିକ୍ଷକ ଶ୍ରୀ ପାଢ଼ୀ ଏବଂ ପତ୍ନୀ ଜ୍ୟୋତ୍ସ୍ନାରାଣୀ ପାତ୍ର ସହକାରୀ ଶିକ୍ଷକ ଭାବେ ଯୋଗ ଦେଇଥିଲେ। ୨୦୦୭ରେ ସେମାନଙ୍କୁ ବ୍ଲକ ଗ୍ରାଣ୍ଟ ମିଳିଛି। ଏହି ଶିକ୍ଷକ ଦମ୍ପତି ୪୯ହଜାର ଟଙ୍କା ଲେଖାଏଁ ମାସିକ ଦରମା ପାଉଛନ୍ତି।
ସହକାରୀ ଶିକ୍ଷକ ୨ କୋଟିର ମାଲିକ
/sambad/media/post_attachments/wp-content/uploads/2019/08/vigilance-raid-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)