ଆସନ୍ତାକାଲିଠାରୁ ଖୋଲିବ ନାହିଁ ସ୍କୁଲ, ଝୁଲିଲା ସ୍କୁଲଖୋଲା ନିଷ୍ପତ୍ତି

ଭୁବନେଶ୍ୱର: ବଦଳିଲା ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତି । ସାମୟିକ ଭାବେ ସ୍ଥଗିତ ରହିଲା ପ୍ରାଥମିକ ସ୍କୁଲ ଖୋଲାଯିବା ନିଷ୍ପତ୍ତି । ଅର୍ଥାତ ଜାନୁଆରୀ ୩ ତାରିଖରୁ ପ୍ରାଥମିକ ସ୍କୁଲ ଖୋଲିବା ନେଇ ଯେଉଁ ନିଷ୍ପତ୍ତି ନିଆଯାଇଥିଲା, ତାହା ଏବେ କାର୍ଯ୍ୟକାରୀ ହେବ ନାହିଁ । ତେବେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଇତି ମଧ୍ୟରେ ପଦାଧିକାରୀମାନେ ବିଭିନ୍ନ ସ୍କୁଲ ଗସ୍ତ କରି ବିଦ୍ୟାଳୟ ସହ ଜଡିତ ବ୍ୟକ୍ତିବିଶେଷଙ୍କ ସହିତ ଆଲୋଚନା କରିଥିଲେ ।

ସାମ୍ପ୍ରତିକ ସ୍ୱାସ୍ଥ୍ୟଜନିତ ପରିସ୍ଥିତି, ବିଶେଷ ଭାବରେ ଗତ ଦୁଇଦିନ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଓ ବିଭିନ୍ନ ଉଚ୍ଚ ପଦାଧିକାରୀଙ୍କ ରିପୋର୍ଟକୁ ଦେଖିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଯାହା ଫଳରେ ଆସନ୍ତା ୩ ତାରିଖରେ ରାଜ୍ୟର ପ୍ରାଥମିକ ସ୍କୁଲ ଖୋଲିବାକୁ ଯେଉଁ ନିଷ୍ପତ୍ତି ନିଆଯାଇଥିଲା ତାହାକୁ ଏବେ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । କିନ୍ତୁ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ପୂୂର୍ବଭଳି ଜାରି ରହିବ ।

ଆସନ୍ତା ଜାନୁଆରୀ ୫ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଦଶମ ଶ୍ରେଣୀର ପିଲାଙ୍କ ସମେଟିଭ୍-୧ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର