ଆଜି ୧୯ ଜିଲ୍ଲାରେ ସ୍କୁଲ୍‌ ବନ୍ଦ

ଛାତ୍ରଛାତ୍ରୀ ଆସିବେନି, ଶିକ୍ଷକ ଓ କର୍ମଚାରୀ ଆସିବେ; ପରୀକ୍ଷା ବାତିଲ୍‌ ହେବନି

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ଜୱାଦ’କୁ ନଜରରେ ରଖି ଶନିବାର ରାଜ୍ୟର ୧୯ଟି ଜିଲ୍ଲାରେ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ପ୍ରତାପ କୁମାର ମିଶ୍ର ଶୁକ୍ରବାର ରାତିରେ ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ, ରାୟଗଡ଼ା, କଟକ, ଖୋର୍ଧା, କନ୍ଧମାଳ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, ମାଲକାନଗିରି ଓ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରିଛନ୍ତି। ସ୍କୁଲ ଛୁଟି ରହୁଥି‌ଲେ ମଧ୍ୟ ଯଦି କୌଣସି ପରୀକ୍ଷା ରହିଥାଏ, ତାହା ଯେପରି ସୁରୁଖୁରରେ ପରିଚାଳିତ ହେବ, ସେଥିପ୍ରତି ଜିଲ୍ଲା ପ୍ରଶାସନ ଗୁରୁତ୍ବାରୋପ କରିବ। ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ ବର୍ଷା ଆଶଙ୍କା ଥିବାରୁ ଛାତ୍ରଛାତ୍ରୀ ସ୍କୁଲ ଆସିବେ ନାହିଁ। ମାତ୍ର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସ୍କୁଲରେ ଉପସ୍ଥିତ ରହିବେ। ଆବଶ୍ୟକ ପଡ଼ିଲେ ସେମାନେ ଜିଲ୍ଲା ପ୍ରଶାସନକୁ ସହାୟତା ଯୋଗାଇ ଦେବେ। ଜିଲ୍ଲାପାଳମାନଙ୍କ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର