ଭୁବନ:ଶିକ୍ଷକ ଅଭାବକୁ ନେଇ ଭୁବନ ବ୍ଲକ ସରକାରୀ ଉପ୍ରା ବିଦ୍ୟାଳୟ ଚଣ୍ଡିପାଳ ଗ୍ରାମର ଚଣ୍ଡୀପାଳ ବିଦ୍ୟାଳୟରେ ତାଲା ପଡିଛି। ଦୀର୍ଘ ଦିନ ହେଲା ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ନେଇ ବିଦ୍ୟାଳୟ ପରିଚାଳନା କମିଟି ଅଭିଯୋଗ କରିଆସୁଥିଲେ ।
କିନ୍ତୁ ଶିକ୍ଷାଧିକାରୀଙ୍କଠାରୁ କୌଣସି ସୁଫଳ ନପାଇ ବୁଧବାର ବିଦ୍ୟାଳୟର ଫାଟକରେ ଗ୍ରାମବାସୀ ଓ କମିଟି ସଦସ୍ୟ ତାଲା ପକାଇ ଦେଇଛନ୍ତି । ଯାହାଫଳରେ ଫାଟକ ବାହାରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଠିଆ ହୋଇ ରହିଥିବାର ଦେଖିବାକୁ ମିଳିଛି।
ଏହି ବିଦ୍ୟାଳୟରେ ଶିଶୁବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ୧୫୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ପ୍ରଧାନ ଶିକ୍ଷକଙ୍କ ସହିତ ମୋଟ ଚାରି ଜଣ ଶିକ୍ଷକଙ୍କୁ ବିଦ୍ୟାଳୟରେ ନିଯୁକ୍ତି ଦିଆଯାଇଛି । ଯାହାଫଳରେ କି ପିଲାମାନଙ୍କର ପାଠପଢାରେ ବ୍ୟାଘାତ ଘଟୁଥିବା ଅଭିଯୋଗ ହେଉଛି।
Dhenkanal
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/09/03/schools-closed-due-to-teacher-shortage-2025-09-03-13-09-11.jpg)