ରାଜ୍ୟରେ ୨୧ରୁ ଏକାଦଶ ଓ ୨୫ ତାରିଖରୁ ଅଷ୍ଟମ ଶ୍ରେଣୀର ପିଲାମାନଙ୍କ ପାଇଁ ସ୍କୁଲ ଖୋଲିବ: ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ 

ଭୁବନେଶ୍ୱର: ରାଜ୍ୟରେ ୨୧ରୁ ଏକାଦଶ ଓ ୨୫ ତାରିଖରୁ ଅଷ୍ଟମ ଶ୍ରେଣୀର ପିଲାମାନଙ୍କ ପାଇଁ ସ୍କୁଲ ଖୋଲିବ। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀରରଞ୍ଜନ ଦାଶ ।

ପୂଜା ଛୁଟି ପରେ ଏହି ଦୁଇଟି ଶ୍ରେଣୀ ଖୋଲିବା ଲାଗି ଆନୁସଙ୍ଗିକ ପ୍ରସ୍ତୁତି କରିବାକୁ ଆସନ୍ତାକାଲି ବିଭାଗ ପକ୍ଷରୁ ଡିଇଓ ଓ ବିଇଓଙ୍କୁ ନେଇ ବୈଠକ ମାଧ୍ୟମରେ ନିର୍ଦ୍ଦେଶ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ନବମ, ଦଶମ ଓ ଦ୍ବାଦଶ ଶ୍ରେଣୀ ଲାଗି ଅଫଲାଇନ ପାଠପଢ଼ା ଜାରି ରହିଛି। ତେବେ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ସ୍କୁଲ କେବେ ଖୋଲିବ ସେନେଇ ନିଷ୍ପତ୍ତି ନିଆଯାଇନଥିବା ମନ୍ତ୍ରୀ କହିଛନ୍ତି। ଅଷ୍ଟମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯାଇ ଅଫ୍ ଲାଇନରେ କ୍ଲାସ୍ କରିବେ। ଗଣଶିକ୍ଷାମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଦଶହରା ପରେ ଅଷ୍ଟମ ଓ ଏକାଦଶ ଶ୍ରେଣୀରେ ଅଫ୍ ଲାଇନ୍ ମାଧ୍ୟମରେ କ୍ଲାସ ହେବ। ପିଲାମାନେ ସ୍କୁଲକୁ ଯାଇ ପାଠ ପଢ଼ିବେ।

ସୂଚନାଯୋଗ୍ୟ, କୋଭିଡ କଟକଣା ମଧ୍ୟରେ ବର୍ତ୍ତମାନ ପରିପ୍ରେକ୍ଷୀରେ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କ ପାଠ ପଢ଼ା ଅଫ୍ଲାଇନ୍ ମାଧ୍ୟମରେ ଜାରି ରହିଛି। ଏଥି ସହିତ ପ୍ରଥମ ଶ୍ରେଣୀ ଠାରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଅନ୍ ଲାଇନରେ କ୍ଲାସ୍ ମଧ୍ୟ ଚାଲିଛି।

ସମ୍ବନ୍ଧିତ ଖବର