ଖୋଲିଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ନିୟମାବଳୀ ଓ କୋଭିଡ୍‌ କଟକଣା ମଧ୍ୟରେ ଖୋଲିଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ। ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଦଶମ ଶ୍ରେଣୀ ଥିବା ୧୬୦ଟି ଓ ଦ୍ୱାଦଶ ଶ୍ରେଣୀ ଥିବା ୩୦ଟି ବିଦ୍ୟାଳୟ ଓ ୧୦ଟି ମଡେଲ୍ ଆଦର୍ଶ ବିଦ୍ୟାଳୟ ଖୋଲିଛି। ଅଭିଭାବକଙ୍କ ଅନୁମୋଦନ ଓ ସହଯୋଗରେ ଦୀର୍ଘ ୯ ମାସର ବ୍ୟବଧାନ ପରେ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସି ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି।

ପ୍ରଥମ ଦିନରେ ସ୍କୁଲମାନଙ୍କରେ ୭୦ ପ୍ରତିଶତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶ୍ରେଶୀଗୃହରେ ପାଠପଢ଼ା ଆରମ୍ଭ ପୂର୍ବରୁ ଶିକ୍ଷକ/ଶିକ୍ଷୟିତ୍ରୀ କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ଗୁଡ଼ିକୁ ସଚେତନ କରାଇଥିଲେ। ସ୍କୁଲ ଖୋଲିବା ପୂର୍ବରୁ ଗୁରୁବାର ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ତଥା କାର୍ଯ୍ୟକାରୀ ସଭାପତି ବିଜୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ ଏଥିରେ ଯୋଗଦେଇ ଶ୍ରେଣୀଗୃହ ପାଠପଢ଼ା, ସମସ୍ତ ଛାତ୍ରଛାତ୍ରୀଙ୍କ ସୁସ୍ଥ ସ୍ୱାସ୍ଥ୍ୟର ପରିଚାଳନା ପାଇଁ କୋଭିଡ୍‌ର ସମସ୍ତ ନିୟମ ମାନି ୧୦୦ଦିନ ମଧ୍ୟରେ ସମସ୍ତ ଶିକ୍ଷାଭିତ୍ତିକ ସନ୍ଦେହ ଦୂର କରିବା ଉପରେ ଆଲୋକପାତ କରିଥିଲେ।

ସମ୍ବନ୍ଧିତ ଖବର