ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ବନ୍ୟା ସ୍ଥିତିକୁ ଆଖି ଆଗରେ ରଖି ଆସନ୍ତାକାଲି ଯାଏ ସ୍କୁଲ ବନ୍ଦ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପାଣି ପଶିଥିବା ଓ ପଶିବାର ସମ୍ଭାବନା ଥିବା ଅଞ୍ଚଳରେ ସ୍କୁଲ ଛୁଟି କରିବାକୁ ବିଇଓମାନଙ୍କୁ ଜିଲ୍ଲପାଳ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।
ମହାନଦୀର ଉପରମୁଣ୍ଡ ଓ ତଳମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁ ଜଗତସିଂହପୁର ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଛି। ଜିଲ୍ଲାରେ ଥିବା ଦେବୀ ନଦୀର ଦଳେଇ ଘାଇ ବିପଦ ସଂକେତ ଟପିଛି। ଏଥିନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିଲାଗି ସତର୍କ ଦୃଷ୍ଟି ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/bbebae21-8fa3-4377-bc95-65490a687544.jpg)