୧୦ ଜଣରୁ କମ୍‌ ପିଲା ଥିବା ସ୍କୁଲ୍‌ ବନ୍ଦ ହେବ; ୧ କି. ମି.ରୁ ଅଧିକ ଦୂର ସ୍କୁଲ୍‌ ଯାଉଥିବା ପିଲାଙ୍କୁ ମିଳିବ ଯାତାୟାତ ଖର୍ଚ୍ଚ

ଭୁବନେଶ୍ୱର: ୧୦ ଜଣରୁ କମ୍‌ ଛାତ୍ରଛାତ୍ରୀ ଥିବା ରାଜ୍ୟ ୯୬୬ଟି ସ୍କୁଲ୍‌ ବନ୍ଦ କରାଯିବ ବୋଲି ଶନିବାର ଦିନ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ ଆହୁରି କହିଛନ୍ତି ଯେ ବନ୍ଦ ହେବାକୁ ଥିବା ସ୍କୁଲ୍‌ରେ ପଢୁଥିବା ପିଲାମାନେ ସେମାନଙ୍କ ନିକଟବର୍ତ୍ତୀ ସ୍କୁଲ୍‌ମାନଙ୍କରେ ନାମ ଲେଖାଇ ପଢ଼ିପାରିବେ। ଯଦି ସମ୍ପୃକ୍ତ ସ୍କୁଲ୍‌ ସବୁ ଛାତ୍ରଛାତ୍ରୀଙ୍କ ଘର ଠାରୁ ୧ କି. ମି.ରୁ ଅଧିକ ହୋଇଥାଏ, ସେମାନଙ୍କର ଅଭିଭାବକଙ୍କୁ ବର୍ଷକୁ ୧୦ ମାସର ଯାତାୟାତ ଖର୍ଚ୍ଚ ମିଳିବ।

ସ୍କୁଲ୍‌ରେ ପିଲାର ଉପସ୍ଥାନ ୭୫% ଥିଲେ ଅଭିଭାବକଙ୍କୁ ମାସକୁ ୬୦୦ ଟଙ୍କା ଦିଆଯିବ। ୫୦% ରୁ ୭୪% ମଧ୍ୟରେ ଉପସ୍ଥାନ ରହିଲେ ମାସକୁ ୪୦୦ ଟଙ୍କା ମିଳିବ। ଯଦି ଉପସ୍ଥାନ ହାର ୩୦% ରୁ ୪୯% ହୁଏ ମିଳିବ ମାସିକ ୩୦୦ ଟଙ୍କା।

୩୦% କମ୍‌ ଉପସ୍ଥାନ ଥିବା ପିଲାଙ୍କ ଲାଗି ଆଦୌ ଯାତାୟାତ ଖର୍ଚ୍ଚ ମିଳିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର