ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ : ବିଜ୍ଞାନରେ ୯୪% ଓ ବାଣିଜ୍ୟରେ ୮୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍
+୨ କଳା ଫଳାଫଳ ଅଗଷ୍ଟ ୮ରେ ପ୍ରକାଶ ପାଇବ
ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ର ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ବିଜ୍ଞାନରେ ୯୪ ପ୍ରତିଶତ ଓ ବାଣିଜ୍ୟରେ ୮୯ ପ୍ରତିଶତ ପିଲା ପାସ୍ କରିଛନ୍ତି। ଅପରାହ୍ନ ୪ଟାରେ ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବା ସହ ରେଜଲ୍ଟ ଘୋଷଣା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ, ବିଜ୍ଞାନରେ ୭୬ ହଜାର ୬୦୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିରୁ ୭୨,୧୦୬ ଜଣ ପିଲା ପାସ୍ କରିଛନ୍ତି। ବାଳକ ପାସ ହାର ୯୩.୮୦ ସହ ୪୫,୫୮୬ ହୋଇଥିଲା ବେଳେ ବାଳିକା ପାସ୍ ହାର ୯୪.୫୨ ପ୍ରତିଶତ ଅର୍ଥାତ ୩୨,୫୧୯। ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ୫୦,୧୫୭, ଦ୍ବିତୀୟ ଶ୍ରେଣୀରେ ୧୪,୯୩୨ ଓ ତୃତୀୟରେ ୬୯୧୦ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ୧୧୨୪ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି। ୩୯୩ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରେଜଲ୍ଟ ଶତପ୍ରତିଶତ ହୋଇପାରିଛି। ଏଥର ନୟାଗଡ଼ ଜିଲ୍ଲା ୯୯.୧୧ ପ୍ରତିଶତ ରେଜଲ୍ଟ ରଖିଥିବା ବେଳେ କନ୍ଧମାଳ ସର୍ବନିମ୍ନ ୭୬.୮୧ ପ୍ରତିଶତ ରଖିଛି।
ଚଳିତ ବର୍ଷ ଯୁକ୍ତ ୨ ବାଣିଜ୍ୟରେ ୨୩,୭୨୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିରୁ ୮୯.୨୦ ପ୍ରତିଶତ ଅର୍ଥାତ ୨୧,୧୬୫ ଜଣ ପିଲା ପାସ୍ କରିଛନ୍ତି। ପ୍ରଥମ ଶ୍ରେଣୀରେ ୧୦,୮୬୩ ଜଣ ପିଲା ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସେହିପରି ଦ୍ବିତୀୟ ଶ୍ରେଣୀରେ ୫୦୫୩ ଓ ତୃତୀୟ ଶ୍ରେଣୀରେ ୫୨୪୨ ଜଣ ପିଲା ପାସ୍ କରିଛନ୍ତି। ବାଣିଜ୍ୟରେ ବୌଦ୍ଧ ଶତପ୍ରତିଶତ ରେଜଲ୍ଟ ରଖିଥିବା ବେଳେ ଦେବଗଡ଼ ସର୍ବନିମ୍ନ ୬୧.୫୩ ପ୍ରତିଶତ ରେଜଲ୍ଟ ରଖିଛି।
ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳ ୱେବ୍ସାଇଟ୍ www.orissaresults.nic.in ରେ ଉପଲବ୍ଧ ହୋଇଛି। ଛାତ୍ରଛାତ୍ରୀ ନିଜର ରୋଲ୍ ନମ୍ବର ଦାଖଲ କରି ରେଜଲ୍ଟ ଜାଣିପାରିବେ। ଏଥିସହ ସାମ୍ସ କଲେଜ ଇ-ସ୍ପେସ୍ରେ ମଧ୍ୟ ପରୀକ୍ଷାର୍ଥୀ ଫଳ ପାଇପାରିବେ।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ବୁଧବାର ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷାଫଳ ପ୍ରକାଶ କରାଯାଇଛି। କଳା ଓ ଧନ୍ଦାମୂଳକ ବିଭାଗର ଉତ୍ତର ଖାତା ମୂଲ୍ୟାୟନ ଶେଷ ହୋଇଛି। ଏବେ ଟାବୁଲେସନ ଜାରି ରହିଛି। ଅଗଷ୍ଟ ୮ ତାରିଖରେ ଉକ୍ତ ଦୁଇ ବିଭାଗର ପରୀକ୍ଷାଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି।
ବାର୍ଷିକ ପରୀକ୍ଷା ୨୦୨୧ କୋଭିଡ୍ ପରିସ୍ଥିତି ଯୋଗୁଁ ପରିଚାଳିତ ହୋଇପାରି ନଥିଲାା ବାର୍ଷିକ ପରୀକ୍ଷା, ୨୦୨୦ରେ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଫଳ ସହିତ ଚଳିତ ବର୍ଷ ପରୀକ୍ଷାର ଫଳକୁ ତୁଳନା କଲେ ବିଜ୍ଞାନ ସ୍ରୋତରେ ୨୦୨୦ ମସିହାରେ ପାସ୍ ହାର ୭୦.୨୧% ଥିବାବେଳେ ଚଳିତ ବର୍ଷ ତାହା ଯଥେଷ୍ଟ ବୃଦ୍ଧି ପାଇ ୯୪.୧୨% ହୋଇଛିା ସେହିପରି ବାଣିଜ୍ୟ ସ୍ରୋତରେ ୨୦୨୦ ମସିହାରେ ୭୪.୯୫% ପାସ୍ ହାର ହୋଇଥିବାବେଳେ ଚଳିତ ବର୍ଷ ଏହା ବୃଦ୍ଧି ପାଇଁ ୮୯.୨୦% ହୋଇଛିା
ପ୍ରଥମ ଥର ପାଇଁ ୨୦୨୧-୨୨ ଶିକ୍ଷାବର୍ଷରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟସ୍ତରରେ ତ୍ରୈମାସିକ ପରୀକ୍ଷାର ବ୍ୟବସ୍ଥା କରାଯାଇଥିଲାା ଏ ବର୍ଷର ପରୀକ୍ଷା ଫଳ ନିର୍ଦ୍ଧାରଣ କରିବା
ସମୟରେ ସେମାନଙ୍କର ତୈ୍ରମାସିକ ପରୀକ୍ଷାର ଫଳ ଆଧାରରେ ଶତକଡ଼ା ୨୦% ଏବଂ ପରିଷଦ ଦ୍ୱାରା ପରିଚାଳିତ ପରୀକ୍ଷା ଫଳ ଆଧାରରେ ୮୦% ହିସାବକୁ ନେଇ ପ୍ରତ୍ୟେକ ବିଷୟରେ ମୂଲ୍ୟାୟନ ହୋଇଛିା ସେହିପରି କେବଳ ପରିଷଦ ଦ୍ୱାରା ପରିଚାଳିତ ପରୀକ୍ଷା ଆଧାରରେ ପ୍ରତ୍ୟେକ ବିଷୟର ମୂଲ୍ୟାୟନ ହୋଇଛିା ଏହିଭଳି ଦୁଇଟି ପଦ୍ଧତି ମଧ୍ୟରୁ ଯେଉଁ ପଦ୍ଧତିରେ ପରୀକ୍ଷାର୍ଥୀମାନେ ଅଧିକ ନମ୍ବର ପାଇଛନ୍ତି ତାହା ଉକ୍ତ ପରୀକ୍ଷାର୍ଥୀଙ୍କୁ ପ୍ରଦତ୍ତ କରାଯାଇଛିା ଏହିଭଳି ଦୁଇଟି ଭିନ୍ନ ପଦ୍ଧତି ମୂଲ୍ୟାୟନ ଯୋଗୁଁ ପରୀକ୍ଷାର୍ଥୀମାନେ ଭଲ ପ୍ରଦର୍ଶନ କରିଥିବା ଦୃଷ୍ଟିକୁ ଆସିଛିା
ପରୀକ୍ଷା ଫଳ ଉନ୍ମୋଚନ ସମୟରେ ପରିଷଦର ଅଧ୍ୟକ୍ଷ ଅଶ୍ୱିନୀ କୁମାର ମିଶ୍ର, ସ୍ୱତନ୍ତ୍ର ସଚିବ ଶୁଭଶ୍ରୀ ନନ୍ଦ, ଏସ୍ଇଆରଟିର ନିର୍ଦ୍ଦେଶକ ରଘୁରାମ ଆୟାର, ଓଏସ୍ଡି
ତୁଷାରକାନ୍ତି ତ୍ରିପାଠୀ, ପରିଷଦର ସଚିବ ଚିନ୍ମୟୀ କହଁର ଓ ପରୀକ୍ଷା ନିୟନ୍ତ୍ରକ ଡ. ଅଶୋକ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।