କେବିକେରେ ବିଜ୍ଞାନ ଶିକ୍ଷା ପ୍ରତି ନଜର ଦିଆଯାଉ

ଭୁବନେଶ୍ବର : ବିଜ୍ଞାନ ଓ କାରୀଗରି ବିଭାଗ ପକ୍ଷରୁ ବିଜ୍ଞାନ ଆଲୋଚନାଚକ୍ର ଓ ପ୍ରଦର୍ଶନୀ ପାଇଁ ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳୟକୁ ଆର୍ଥିକ ସହାୟତା ଦିଆଯାଉଛି। କିନ୍ତୁ ଗତ ୧୦ ବର୍ଷ ଭିତରେ କେବିକେ ଜିଲ୍ଲାର କୌଣସି ଶିକ୍ଷାନୁଷ୍ଠାନକୁ ସହାୟତା ଦିଆଯାଇ ନ ଥିବାରୁ ବିଧାୟକ ସନ୍ତୋଷ ସିଂହ ସାଲୁଜା ଆଜି ପ୍ରଶ୍ନକାଳରେ ଉଦ୍‌ବେଗ ପ୍ରକାଶ କରିଥିଲେ। କେବିକେରେ ବହୁ ପ୍ରତିଭା ଥିବାରୁ ଏ ଦିଗ ପ୍ରତି ବିଭାଗ ଦୃଷ୍ଟି ଦେବାକୁ ଦାବି କରିଥିଲେ। ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ, ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳୟ ପକ୍ଷରୁ ବିଜ୍ଞାନ ଆଲୋଚନାଚକ୍ର ଓ ପ୍ରଦର୍ଶନୀ ପାଇଁ ପ୍ରସ୍ତାବ ଆସେ। ତାହାକୁ ବିଚାର କରି ବିଭାଗ ଅନୁଦାନ ଦିଏ। ଗତ ୧୦ ବର୍ଷ ଭିତରେ ଏ ବାବଦକୁ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ୩୧ ଲକ୍ଷ ୯୦ ହଜାର ଟଙ୍କା ପ୍ରଦାନ କରାଯାଇଛି। କେବିକେ ଜିଲ୍ଲାର ବିଭିନ୍ନ କଲେଜ ଏ ନେଇ ଆବେଦନ କରନ୍ତୁ। ନିଶ୍ଚିତ ଭାବେ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର