ଭୁବନେଶ୍ବର : ପଶ୍ଚିମ ଓଡ଼ିଶାର ସର୍ବପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ ରାଜେନ୍ଦ୍ର କଲେଜ ଚଳିତ ବର୍ଷ ପ୍ଲାଟିନମ୍ ଜୁବୁଲି ପାଳନ କରୁଥିବା ପରିପ୍ରେକ୍ଷୀରେ ସରକାର କେତେକ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନେ ଇଛନ୍ତି। ୧୪ କୋଟି ଟଙ୍କା ବ୍ୟୟରେ ପୂର୍ବ ଅନୁମୋଦିତ ପ୍ରେକ୍ଷାଳୟ ନିର୍ମାଣ କାର୍ଯ୍ୟ ଖୁବ୍ଶିଘ୍ର ଆରମ୍ଭ ହେବ। ଆବଶ୍ୟକ ସ୍ଥଳେ ଏହାର ଅଟକଳ ବୃଦ୍ଧି କରାଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ କଲେଜ ପରିସରରେ ସରକାରୀ ଜାଗା ଉପଲବ୍ଧ ହେଲେ ୮ କୋଟି ଟଙ୍କା ବ୍ୟୟରେ ଜିଲ୍ଲାର ସାଇନ୍ସ ପାର୍କ ସେଠାରେ ପ୍ରତିଷ୍ଠା କରାଯିବ। ଏଥିସହ କଲେଜ ଛକଠାରୁ କଲେଜ ଯାଏ ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟ ଓ କଲେଜର ସମସ୍ତ ମୁଖ୍ୟ କୋଠାବାଡ଼ିର ମରାମତି କାର୍ଯ୍ୟ କରାଯିବ।
ଗୁରୁବାର ଅପରାହ୍ଣରେ ଲୋକସେବା ଭବନରେ ରାଜେନ୍ଦ୍ର କଲେଜ ଆଲୁମିନି ସଂଘର ଏକ ପ୍ରତିନିଧି ଦଳ ମୁଖ୍ୟ ଶାସନ ସଚିବ ତଥା କଲେଜର ପୁରାତନ ଛାତ୍ର ଅସିତ ତ୍ରିପାଠୀଙ୍କୁ ସାକ୍ଷାତ କରି ଦୀର୍ଘଦିନରୁ ରହିଆସିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଥିଲେ। ଉପରୋକ୍ତ ୪ଟି ପ୍ରମୁଖ ଦାବି ସହ ଅନ୍ୟ କେତୋଟି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା। କଲେଜରେ ଖାଲିଥିବା ଅଧ୍ୟାପକ ପଦବି ପୂରଣ, ପ୍ରସ୍ତାବିତ ବିଶ୍ବବିଦ୍ୟାଳୟର କୁଳପତି ଓ ଅନ୍ୟାନ୍ୟ ପଦବି ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ସମେତ ଉପରୋକ୍ତ ପଦବି ଓ ପ୍ରଫେସରମାନଙ୍କ ପାଇଁ ବାସଭବନ ନିର୍ମାଣ, ପିଜି ଓ ଏମ୍.ଫିଲ୍ ପାଠ୍ୟକ୍ରମ ପାଇଁ ନୂଆ ବ୍ଲକ, ପୁରୁଣା ବାଣିଜ୍ୟ କୋଠା ଉପରେ ଗଣିତ ବିଭାଗର କୋଠା, କେନ୍ଦ୍ରୀୟ ଗ୍ରନ୍ଥାଗାର ଆଦି ନିର୍ମାଣ, ବିଭିନ୍ନ ହଷ୍ଟେଲର ଅଧୀକ୍ଷକମାନଙ୍କ ପାଇଁ ୧୦ଟି କ୍ବାର୍ଟର୍ସ, ବିଶ୍ବବିଦ୍ୟାଳୟ ଅତିଥି ଭବନ ନିର୍ମାଣ ଭଳି ବିଭିନ୍ନ ଦାବି ବିଷୟରେ ମଧ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯାଇଥିଲା।
ଉକ୍ତ ପ୍ରତିନିଧି ଦଳରେ ଆଲୁମିନି ସଭାପତି ଲଳିତ ନାୟକ, ସାଧାରଣ ସଂପାଦକ ଅରବିନ୍ଦ ଦାସ, ଭୁବନେଶ୍ବର ଚାପ୍ଟର ଅଧ୍ୟକ୍ଷ ଗୋପାଳକୃଷ୍ଣ ମହାପାତ୍ର ଓ ଉଚ୍ଚଶିକ୍ଷା ବିଭାଗ ଯୁଗ୍ମ ସଚିବ ତଥା ପୁରାତନ ଛାତ୍ର ସୁରେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ପୂବାର୍ହ୍ନରେ ସଭାପତି ଓ ସଂପାଦକ ପୂର୍ତ୍ତ(କୋଠାବାଡ଼ି) ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ମାଣ ସୋୖଧରେ ସାକ୍ଷାତକରି ବିଭିନ୍ନ ନିମାର୍ଣ କାର୍ଯ୍ୟ ନେଇ ଦାବି ଉପସ୍ଥାପନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/rajedra.jpg)