+୨ ବିଜ୍ଞାନ ପରୀକ୍ଷା ଫଳାଫଳ: ବାଲେଶ୍ୱରରେ ପାସ୍ ହାର ସର୍ବାଧିକ ୮୬.୫୬ ପ୍ରତିଶତ, ଗଜପତିରେ ସର୍ବନିମ୍ନ ୩୬.୨୦ ପ୍ରତିଶତ
ଭୁବନେଶ୍ୱର: ଉଚ୍ଚ ମଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଯାଇଛି। ଏଥର ରାଜ୍ୟରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାର ପାସ୍ ହାର ରହିଛି ୭୨.୩୩ ପ୍ରତିଶତ। ଏଥର ପରୀକ୍ଷାରେ ଝିଅମାନେ ପୁଅମାନଙ୍କ ଅପେକ୍ଷା ବେଶି ଭଲ କରିଛନ୍ତି।
ବାଲେଶ୍ୱର ଜିଲ୍ଲାର ଫଳାଫଳ ଅନ୍ୟ ଜିଲ୍ଲା ଆପେକ୍ଷା ଉତ୍ତମ ରହିଛି। ଜିଲ୍ଲାର ପାସ୍ ହାର ରହିଛି ୮୬.୫୬ ପ୍ରତିଶତ। ସେହିପରି ଗଜପତି ଜିଲ୍ଳାରେ ସର୍ବନିମ୍ନ ପାସ୍ ହାର ୩୬.୨୦ ପ୍ରତିଶତ ରହିଛି।
ଗୀତ ଗୋବିନ୍ଦ ଭବନରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇଛି। ପରୀକ୍ଷା ଫଳାଫଳ www.odisharesult.nic.in ଏବଂ www.chscodisha.nic.in େଓ୍ଵବ୍ସାଇଟ୍ରେ ଉପଲବ୍ଧ ହୋଇଥିଲା। ଛାତ୍ରଛାତ୍ରୀମାନେ ସେମାନଙ୍କର ରୋଲ୍ ନମ୍ବର ଏବଂ ରେଜିଷ୍ଟ୍ରେସନ ନମ୍ବର ଦେଇ ପରୀକ୍ଷା ଫଳାଫଳ ଜାଣିପାରିଛନ୍ତି।
ଚଳିତବର୍ଷ ୯୯ ହଜାର ୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପରୀକ୍ଷା ଖାତା ଦେଖାରେ ବିଳମ୍ବ ହେତୁ ଫଳାଫଳ ବାହାରିବାରେ ବି ବିଳମ୍ବ ହୋଇଛି। ଜୁନ୍ ପ୍ରଥମ ସପ୍ତାହରେ ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ ବାହାରିବାକୁ ସ୍ଥିର ହୋଇଥିବା ବେଳେ ଜୁନ୍ ଦ୍ୱିତୀୟ ସପ୍ତାହରେ କଳା ଓ ବାଣିଜ୍ୟ ଫଳାଫଳ ବାହାରିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି।