କୋଭିଡ ଯୁଦ୍ଧରେ ହାରିଗଲେ ବିଜ୍ଞାନ ଶିକ୍ଷକ

ଠାକୁରମୁଣ୍ଡା: ଠାକୁରମୁଣ୍ଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର ମହାନ୍ତ (୪୩) କୋଭିଡ ଯୁଦ୍ଧରେ ହାରିଯାଇଛନ୍ତି l ଗତ ୨୩ ତାରିଖ ସକାଳ ୯ ଟାରେ କେନ୍ଦୁଝର କୋଭିଡ ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରାଯାଇଛି l ଆଦର୍ଶ ଶିକ୍ଷକ ସନ୍ତୋଷଙ୍କର ମୃତ୍ୟୁ ଖବର ପାଇ ଠାକୁରମୁଣ୍ଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ତାଙ୍କ ମୃତ୍ୟୁ ଖବର ପାଇ ସହକର୍ମୀ ଶିକ୍ଷକ ଓ ପରିବାର ଆତ୍ମୀୟ ସ୍ୱଜନ ଶେଷ କୃତ୍ୟରେ ଉପସ୍ଥିତ ହୋଇଥିଲେ l

ସେ ୨୦୦୮ ମସିହାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପରିଚାଳିତ ରାଉତାଳିପାଟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ତାଙ୍କର ଚାକିରି ଜୀବନ ଆରମ୍ଭ କରି ୨୦୧୭ରେ ଠାକୁରମୁଣ୍ଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଯୋଗ ଦେଇଥିଲେ l ସେ ଖୁବ ଶୀଘ୍ର ଛାତ୍ରୀ, ସହଯୋଗୀ ଶିକ୍ଷକ ଓ ଅଭିଭାବକ ମହଲରେ ଜଣେ ଲୋକପ୍ରିୟ ଶିକ୍ଷକ ଭାବେ ଖ୍ୟାତି ଅର୍ଜୁନ କରିଥିଲେ l ସେ ଅବସରପ୍ରାପ୍ତ ଶିକ୍ଷକ ଗୋବିନ୍ଦ ମହାନ୍ତଙ୍କ ଏକମାତ୍ର ପୁତ୍ର ଏବଂ ରୁଗୁଡ଼ିବେଡାରେ ଘର କରି ବାସ କରି ଅସୁଥିଲେ l ଏପରି ଜଣେ ଦକ୍ଷ ଓ ଆଦର୍ଶ ଶିକ୍ଷକଙ୍କୁ ହରାଇ ଠାକୁରମୁଣ୍ଡା ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି l

ସମ୍ବନ୍ଧିତ ଖବର