ଯୁବକଙ୍କୁ ହତ୍ୟା ଘଟଣାରେ ସାଇଣ୍ଟିଫିକ ଟିମର ତଦନ୍ତ

ଅନାହାରରେ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ!

Image Courtesy of India Today

ଦାନଗଦୀ : ଦାନଗଦୀ ବ୍ଲକ ବାଳୁଙ୍ଗାବନ୍ଦୀରେ ଗୁରୁବାର ରାତିରେ ଯୁବକଙ୍କୁ ହତ୍ୟା କରାଯିବା ଘଟଣାରେ ଶୁକ୍ରବାର ଦିନ ପୁଲିସର ସାଇଣ୍ଟିଫିକ ଦଳ ତଦନ୍ତ କରିଛି। ଦାନଗଦୀ ଫାଣ୍ଡି ପୁଲିସ ଘଟଣାର ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରିଛି।

ଗୁରୁବାର ରାତି ପ୍ରାୟ ୮ ଟା ବେଳେ ସେହି ଗ୍ରାମର ଗୌରାଙ୍ଗ ମଲ୍ଲିକଙ୍କ ପୁଅ ଗଣେଶ ମଲ୍ଲିକ ସମ୍ପର୍କୀୟ ଦାଦା ସୁକାନ୍ତ ମଲ୍ଲିକଙ୍କ ଘର ଆଗରେ ପାଟିତୁଣ୍ଡ କରୁଥିଲା। ସୁକାନ୍ତଙ୍କ ପରିବାର ଏହାର ପ୍ରତିବାଦ କରିବାରୁ ବଚସା ହୋଇଥିଲା। ଏହି ସମୟରେ ଗଣେଶ ଏକ ଭୁଜାଲି ଆଣି ସୁକାନ୍ତ ଓ ତାଙ୍କ ପୁଅ ମଦନ ମଲ୍ଲିକ (୨୦) ଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ମଦନଙ୍କ ମୃତ୍ୟୁ ଘଟିଥିଲା। ସୁକାନ୍ତ ଗୁରୁତର ହୋଇଛନ୍ତି। ଦାନଗଦୀ ଫାଣ୍ଡି ପୁଲିସ ଗିରଫ ଅଭିଯୁକ୍ତ ଗଣେଶକୁ ପଚରାଉଚରା ଚଳାଇଛି। ଏନେଇ ନମ୍ବର ୧୬୬/୨୩ରେ ଦଫା ୩୦୨, ୨୯୪, ୩୨୩ ଓ ୩୦୭ ଲଗାଇ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଶନିବାର ତାକୁ କୋର୍ଟଚାଲାଣ କରାଯିବ ବୋଲି ଫାଣ୍ଡି ଅଧିକାରୀ ଅଜୟ କୁମାର ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe