ଭୁବନେଶ୍ବର : ଜଣାଶୁଣା ବୈଜ୍ଞାନିକ, ଉଦ୍ଭିଦ ବିଜ୍ଞାନୀ ତଥା ଶିକ୍ଷାବିତ୍ ପ୍ରଫେସର ବାଞ୍ଛାନିଧି ମିଶ୍ରଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୮୪ ବର୍ଷ ହୋଇଥିଲା। ସେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ଏବଂ ୟୁଜିସି ଓ ୟୁପିଏସ୍ସି ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ଉଦ୍ଭିଦ ବିଜ୍ଞାନରେ ଗବେଷଣା କାର୍ଯ୍ୟ ପାଇଁ ତାଙ୍କୁ ବହୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଥିଲା। ସେ ବାୟୋ ଷ୍ଟାଟିଷ୍ଟିକ୍ସ ପୁସ୍ତକ ରଚନା କରିଥିଲେ, ଯାହା କି ପାଠକୀୟ ଆଦୃତ ପାଇଥିଲା। ଉଦ୍ଭିଦ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଫେସର ମିଶ୍ର ୨୦୧୩ ମସିହାରେ ଭାରତୀୟ ବିଜ୍ଞାନ କଂଗ୍ରେସ ଦ୍ବାରା ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ୍ ଆୱାର୍ଡରେ ସମ୍ମାନିତ ହୋଇଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ, କନ୍ୟା ଓ ପୁଅ ଉପସ୍ଥିତ ଥିଲେ।
ବୈଜ୍ଞାନିକ ବାଞ୍ଛାନିଧି ମିଶ୍ରଙ୍କ ପରଲୋକ
/sambad/media/post_attachments/wp-content/uploads/2020/12/Mishra.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)