ଭୁବନେଶ୍ୱର: ରାଜ୍ୟରେ କପା ଭଳି ଅର୍ଥକରୀ ଫସଲ ପାଇଁ ଚାଷୀଙ୍କ ମଧ୍ୟରେ ଆଗ୍ରହ ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କପା ଚାଷ ପାଇଁ ବୈଷୟିକ ମିସନ ନାମରେ ଏକ ନୂଆ ଯୋଜନା ଆରମ୍ଭ ହେଉଛି। ଏଥିପାଇଁ ଆଗାମୀ ୨୦୧୮-୧୯ ବର୍ଷରୁ ପାଞ୍ଚବର୍ଷିଆ ଯୋଜନା କାର୍ଯ୍ୟକାରୀ ହେବ ବୋଲି କୃଷି ବିଭାଗ ଚୂଡ଼ାନ୍ତ କରିଛି। ବିଭାଗୀୟ ସୂତ୍ରରୁ ଜଣାଯାଇଛି, ଚାଷୀମାନଙ୍କ ମଧ୍ୟରେ ଜୈବିକ କପା ଚାଷ ପ୍ରତି ପ୍ରୋତ୍ସାହନ ଯୋଗାଇଦେବା ଉଦ୍ଦେଶ୍ୟରେ ଏହି ମିସନ ଆରମ୍ଭ କରାଯିବ। ଏହି କପା ଚାଷ ଯେପରି ଅନେକ ମାତ୍ରାରେ ପ୍ରାକୃତିକ ବିପର୍ଯ୍ୟୟ ସହ୍ୟ କରିପାରିବ ସେ ନେଇ ବୈଷୟିକ ସହାୟତା ଯୋଗାଇ ଦିଆଯିବ। ଏହି ମିସନ ଅଧୀନରେ ପ୍ରାଥମିକ ପର୍ଯ୍ୟାୟରେ ୧.୪୦ ଲକ୍ଷ ହେକ୍ଟର ଜମିରେ ଜୈବିକ କପା ଚାଷ କାର୍ଯ୍ୟକ୍ରମକୁ ହାତକୁ ନିଆଯିବ। ପରେ ଏହାକୁ ଆହୁରି ବ୍ୟାପକ କରାଯିବ। ଏଥିପାଇଁ ବର୍ଷକୁ ୧.୫୭ କୋଟି ଟଙ୍କା ଖର୍ଚ ହେବ ବୋଲି ଆକଳନ କରାଯାଇଛି। ପାଞ୍ଚବର୍ଷରେ ୧୨.୦୭ କୋଟି ଟଙ୍କା ଖର୍ଚ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଜୈବିକ କପାର ଚାହିଦା ଦେଶ ବିଦେଶର ବଢ଼ିବାରେ ଲାଗିଛି। ପଶ୍ଚିମ ଓଡ଼ିଶା ବିଶେଷ କରି କଳାହାଣ୍ଡି, ବଲାଙ୍ଗୀର ଜିଲ୍ଲାରେ ହେଉଥିବା କପା ଚାଷର ଗୁଣାତ୍ମକ ମାନ ଉନ୍ନତ। ଫଳରେ ପଡ଼ୋଶୀ ରାଜ୍ୟରୁ ବହୁ ବ୍ୟବସାୟୀ ଏହି ଜିଲ୍ଲାଗୁଡ଼ିକରୁ କପା କିଣି ନେଇଥାନ୍ତିି। କିନ୍ତୁ କପାର ବଜାର ସୁବିଧା ଏବଂ କଟନ୍ କର୍ପୋରେସନ ଅଫ୍ ଇଣ୍ଡିଆର ସହଯୋଗ ଉପଲବ୍ଧ ହେଉନଥିବାରୁ ବହୁ କପା ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ନୂଆ ଯୋଜନାର କାର୍ଯ୍ୟାନ୍ଵୟନ ବେଳେ ଏଭଳି ଭିତ୍ତିଭୂମି ସୁବିଧା ପ୍ରତି ଧ୍ୟାନ ଦେଲେ କପା ଚାଷୀମାନେ ଉପକୃତ ହେବେ।
କପା ଚାଷ ପାଇଁ ‘ବୈଷୟିକ ମିସନ’ ଆରମ୍ଭ
୫ ବର୍ଷରେ ବ୍ୟୟ ହେବ ୧୨.୦୭ କୋଟି
/sambad/media/post_attachments/wp-content/uploads/2018/01/cottonslide1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)