ଷଣ୍ଢ ପଛରେ ପିଟି ହୋଇ ସ୍କୁଟି ଚାଳକଙ୍କ ମୃତ୍ୟୁ

ଚଣ୍ଡିଖୋଲ/ବଡ଼ଚଣା : ଏକ ବୁଲା ଷଣ୍ଢ ପଛରେ ପିଟି ହୋଇ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକଜଣକ ବଡଚଣା ଥାନା ଅନ୍ତର୍ଗତ ସୁଙ୍ଗୁଡା ଗ୍ରାମର ସମୀର ସାହାଣୀଙ୍କ ଏକ ମାତ୍ର ପୁତ୍ର ସଂଗ୍ରାମ ସାହାଣୀ (୩୪) ।

ପ୍ରକାଶ ଯୋଗ୍ୟଯେ, ଆଜି ସନ୍ଧ୍ୟାରେ ସଂଗ୍ରାମ ନିଜ ସ୍କୁଟି ଯୋଗେ କୌଣସି କାମରେ ବଡ଼ଚଣାକୁ ଯାଇଥିଲେ। ବଡ଼ଚଣା ବଜାର ନିକଟରେ ଏକ ବୁଲା ଷଣ୍ଢ ପଛରେ ତାଙ୍କ ସ୍କୁଟିଟି ପିଟି ହୋଇ ଯାଇଥିଲା । ଏହି ଦୁର୍ଘଟଣାରେ ସଂଗ୍ରାମ ତଳେ ପଡି ଯାଇ ଗୁରୁତର ଆହତ ହୋଇଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ସଂଗ୍ରାମଙ୍କର ବିଧବା ପତ୍ନୀ, ୩ ବର୍ଷର ଝିଅ ଓ ଦେଢ଼ ମାସର ପୁତ୍ର ସନ୍ତାନ ଅଛନ୍ତି । କଟକରୁ ତାଙ୍କ ମୃତ୍ୟୁ ଖବର ପହଞ୍ଚିବାପରେ ସୁଙ୍ଗୁଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗରେ ସରପଞ୍ଚ ଚାଚାଲିନ ସ୍ୱାଇଁ, ନାଏବ ସରପଞ୍ଚ ସେକ ମସିର ଆଲାମ, ଅରୁଣ ନାୟକ,ହେମନ୍ତ ରାଉତ ଓ ପ୍ରିୟବ୍ରତ ଖିଲାର ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର