ଜାତୀୟ ରାଜପଥ-୧୮ରେ ଥିବା ବୈଶିଙ୍ଗା ଛକ ନିକଟରେ ସ୍କୁଟି ଦୁର୍ଘଟଣାଗ୍ରସ୍ତ, ଜଣଙ୍କର ପ୍ରାଣହାନି , ୨ ଗୁରୁତର

ବାରିପଦା: ଜାତୀୟ ରାଜପଥ-୧୮ରେ ଥିବା ବୈଶିଙ୍ଗା ଛକ ନିକଟରେ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହେବାଫଳରେ ଜଣେ ମୃତ, ଏବଂ ୨ ଜଣ ଗୁରୁତର ଥିବା ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ୧୮ ନମ୍ୱର ଜାତୀୟ ରାଜପଥର ବୈଶିଙ୍ଗା ବଜାର ନିକଟରେ ଏକ ସ୍କୁଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିଲା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କର ଘର ବୈଶିଙ୍ଗା ଥାନା ଅନ୍ତର୍ଗତ ବାଲିଚିତର ଗାଁରେ ବୋଲି ଜଣାଯାଇଛି।

ପ୍ରାଣ ହରାଇଥିବା ଲୋକଜଣକ ହେଲେ କାଳିଆ ବାସ୍କେ। ଆହତଦ୍ୱୟ ହେଲେ ତପନ ଟୁଡୁ ଓ ଲାଦର ସିଂ।ଗତକାଲି ବିଳମ୍ୱିତ ରାତିରେ ବାଲେଶ୍ୱର ଆଡୁ ବୈଶିଙ୍ଗାକୁ ତିନି ଜଣ ଯୁବକ ସ୍କୁଟିରେ ଦ୍ରୁତ ବେଗରେ ଯାଉଥିବା କୁହାଯାଉଛି।

ଆଜି ଭୋର ସେମାନେ ରାସ୍ତା ତଳେ ପଡ଼ିଥିବା ଦେଖି ପୁଲିସ୍କୁ ଖବର ଦେଇଥିଲେ। ଏହାପରେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗୁରୁତରଙ୍କୁ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦୁଇ ଆହତଙ୍କ ଅବସ୍ଥା ସଂକଟାପନ୍ନ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର