ଭୁବନେଶ୍ବର: ରାଜଧାନୀ ରାସ୍ତାରେ ଜଳିଗଲା ସ୍କୁଟି । ବାଣ ନେଇ ଯାଉଥିବା ବେଳେ ହଠାତ ବିସ୍ଫୋରଣ ପରେ ହୁତୁହୁତୁ ହୋଇ ଜଳିଗଲା ସ୍କୁଟି । ଜୟଦେବ ବିହାର ଫ୍ଲାଏ ଓଭର ବ୍ରିଜ ଉପରେ ସ୍କୁଟିରେ ଲାଗିଛି ନିଆଁ । ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ରାସ୍ତାରେ ଯାଉଥିବା ଲୋକ ଆମ୍ବୁଲାନ୍ସ ଡକାଇ କ୍ୟାପିଟାଲ ହସ୍ପିଟାଲ ପଠାଇଛନ୍ତି ।
-ଜୟଦେବ ବିହାର ଫ୍ଲାଏ ଓଭର ଉପରେ ଜଳିଗଲା ସ୍କୁଟି
— Sambad (ସମ୍ବାଦ) (@sambad_odisha) October 15, 2025
-୩ ଜଣ ଗୁରୁତର। ସ୍କୁଟି ଡିକିରେ ବାଣ ନେଇ ଆସୁଥିବା ବେଳେ ନିଆଁ ଲାଗିଥିବା ସନ୍ଦେହ#Bhubaneswar#Odisha#Sambadpic.twitter.com/37zO52zk3J
ତେବେ ବାଣ ଫୁଟି ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ରହିଥିବା ବେଳେ କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଦୁଇ ଜଣ ଭୁବନେଶ୍ବରୁ କଟକ ଅଭିମୁଖେ ଯାଉଥିବା ବେଳେ ଓକାକ ସାମ୍ନାରେ ଥିବା ଫ୍ଲାଏ ଓଭରରେ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଣାଗଲା । ଆଉ ଦେଖୁ ଦେଖୁ ସ୍କୁଟି ଜଳିବାକୁ ଲାଗିଲା । ବାଣ ଫୁଟିବା ପରେ କିଛି ଦରଫୁଟା ବାଣ ସବୁ ରାସ୍ତା ସାରା ବିଛେଇ ପଡିଥିଲା । ସମ୍ଭବତ ଜଣେ ମହିଳା ଏବଂ ଜଣେ ପୁରୁଷ ଭୁବନେଶ୍ବରରୁ କଟକ ଆଡେ ବାଣ ନେଇ ଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଛି ପରେ ନିଆଁ ସ୍କୁଟିରେ ଲାଗିଛି । ତେବେ ସେମାନେ ବାପା-ଝିଅ ବୋଲି କେହି କେହି କହୁଛନ୍ତି ।
ଜୟଦେବ ବିହାର ଫ୍ଲାଏ ଓଭର ଉପରେ ଜଳିଗଲା ସ୍କୁଟି। ୩ ଜଣ ଗୁରୁତର। ବାଣ ଫୁଟି ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ।#Bhubaneswar#Odisha#Sambadpic.twitter.com/j8d4P0cy8r
— Sambad (ସମ୍ବାଦ) (@sambad_odisha) October 15, 2025
ତେବେ ଦୀପାବଳି ଆସିଲେ ସମସ୍ତେ ବାଣ କିଣିବାକୁ ଯାଆନ୍ତି ଆଉ ଫେରିଲା ବେଳେ ଗାଡିରେ ନେଇ ଆସନ୍ତି । ବ୍ୟବସାୟୀମାନେ ମଧ୍ଯ ବାଣ ବାଇକରେ ବୋହି ନେଉଥାନ୍ତି । ଏହି ବାଣ ନେଲା ବେଳେ କୌଣସି ନା କୌଣସି କାରଣରୁ ବାଣ ବିସ୍ଫୋରଣ ହୋଇଥିବାର ଅନେକ ନଜିର ରହିଛି । ତେଣୁ ବାଣ ନେଲା ବେଳେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।