ପଦ୍ମପୁର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥର ସିଲିସୁଆଁ ହାଇୱେ ରେଷ୍ଟୁରାଣ୍ଟ ସମ୍ମୁଖ ବୁଲାଣି ନିକଟରେ ଆଜି ଏକ ଟ୍ରକ୍‌ (ଓଡିଜିର-୫-ପି-୪୫୮୫) ଧକ୍କାରେ ଜଣେ ସ୍କୁଟି(ଓଡି-ଜିର-୯-ଏମ୍-୪୭୮୯)ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ପଳାଶପଙ୍ଗା ବିଟ୍ ଅନ୍ତର୍ଗତ ରାଇକଳା ପଞ୍ଚାୟତ ଟାଙ୍ଗରାଣୀ ଗ୍ରାମର ରାହାଶ ବିହାରୀ ବ୍ରହ୍ମ(୭୦)।

Advertisment

ପ୍ରାପ୍ତସୂଚନା ଅନୁସାରେ ରାହାଶ ବିହାରୀ କେନ୍ଦୁଝରରୁ ସ୍କୁଟି ଯୋଗେ ଟାଙ୍ଗରାଣୀ ଅଭିମୁଖେ ଯାଉଥିଲେ। ପଛପଟୁ ଟ୍ରକ୍ ଦ୍ରୁତଗତିରେ ଧକ୍କାଦେଇଥିଲା। ସ୍କୁଟିରୁ ରାସ୍ତାରେ ଛିଟିକି ପଡିବାରୁ ତାଙ୍କର ମୁଣ୍ତରେ ଚକ ମାଡି ଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ୧୦୮ ଯୋଗେ ଶବ ଜବତ କରି ବ୍ୟବଛେଦ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଏଥିସହ ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡି ଜବତ ସହ ଚାଳକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଛେଦ ପରେ ମୃତଦେହ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି। ପୁଲିସ ଏକ ମାମଲା ରୁଜୁ କରିଛି।