ଜଳିଗଲା ସ୍କର୍ପିଓ, ଅଳ୍ପକେ ବର୍ତ୍ତିଲେ ୯ ଯାତ୍ରୀ

ବୌଦ୍ଧ: ମହାରାଷ୍ଟ୍ରର ନାଗପୁରରୁ ପୁରୀ ଜଗନ୍ନାଥ ଦର୍ଶନ ପାଇଁ ଯାଇ ଫେରୁଥିବା ବେଳେ ଏକ ସ୍କର୍ପିଓ ଗାଡ଼ି ଜଳି ଯାଇଛି। ଗାଡ଼ିରେ ଥିବା ୯ ଜଣ ପୁରୁଷ ମହିଳା ଯାତ୍ରୀ ଏବେ ସୁରକ୍ଷିତ ଅଛନ୍ତି। ସେମାନଙ୍କ କିଛି ଜିନିଷ ପୋଡ଼ି ଯାଇଛି। ସୂଚନା ଅନୁସାରେ, ଶୁକ୍ରବାର ପୁରୀରୁ ସ୍କର୍ପିଓ (ଏମ୍‌ଏଚ୍‌ ୨୮ ଏଏନ୍‌ ୦୬୭୭) ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ବୌଦ୍ଧ ବାଇପାସ୍‌ରେ ଆସୁଥିଲା।

ରାତି ସାଢ଼େ ଆଠଟା ସମୟରେ ବୌଦ୍ଧ ସହରର ବ୍ରିଜ ଛକ ଟୁଟୁସିଙ୍ଗା ଗ୍ରାମ ନିକଟରେ ଗାଡ଼ିର ଇଞ୍ଜିନରୁ ନିଆଁ ବାହାରୁଥିବା ଦେଖିଥିଲେ। ଗାଡ଼ିରେ ୬ ଜଣ ମହିଳା ଓ ୩ ଜଣ ପୁରୁଷ ଥିଲେ। ଗାଡ଼ିକୁ ଅଟକାଇ ସମସ୍ତେ ବାହାରି ଆସିଥିଲେ। କିଛି କ୍ଷଣ ମଧ୍ୟରେ ଗାଡ଼ିଟି ଜଳି ଯାଇଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଆସି ନିଆଁକୁ ଆୟତ୍ତ କରିଥିଲେ।

ସମ୍ବନ୍ଧିତ ଖବର