ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ତରତରି ଛକରେ ମର୍ମନ୍ତୁତ ସଡକ ଦୁର୍ଘଟଣା ଘଟିଛ। ଚକା ଫାଟିବାରୁ ଏକ ସ୍କର୍ପିଓ ଭାରସାମ୍ୟ ହରାଇ ବିଲକୁ ଖସିପଡ଼ିଛି। ତେବେ ଗାଡିଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଦୁର୍ଘଟଣାର ଶିକାର ହୋଇଥିବା ଚାଳକ କହିଛନ୍ତି ଗାଡ଼ିଟି ଗଛରେ ପିଟି ହୋଇ ନ ଥିଲେ ଜୀବନ ଯାଇଥାଆନ୍ତା।

Advertisment

publive-image

ସୂଚନା ମୁତାବକ ଖିତିଶ ମହାନ୍ତି ନାମକ ଜଣେ ଗାଡି ଚାଳକ ଛତିଶଗଡ଼ରୁ ଏକ ନୂତନ ଗାଡ଼ି ଧରି ବାଲେଶ୍ବର ଟାଟା ସୋ’ ରୁମକୁ ଯିବା ସମୟରେ ନୀଳଗିରି ବ୍ଲକ ତରତରି ଛକ ଠାରେ ହଠାତ ଗାଡିର ବାମ ପଟ ଆଗ ଚକଟି ଫାଟି ଯାଇଥିଲା।ଫଳରେ ଭାରସାମ୍ୟ ହରାଇ ଗାଡିଟି ପ୍ରଥମେ ରାସ୍ତାପାର୍ଶ୍ବରେ ଥିବା ଗଛକୁ ପିଟି ପରେ ବିଲ ତଳକୁ ଖସିପଡିଥିଲା।ହେଲେ ଅଳ୍ପକେ ବର୍ତ୍ତିଯାଇଥିଲେ ଖିତିଶ। ସ୍ଥାନୀୟ ତରତିରି ଗଣେଶ ପୂଜା କମିଟିର ସଦସ୍ୟମାନେ ତାଙ୍କୁ ଉଦ୍ଧାର କରିଥିଲେ।ପରେ ବରମହପୁର ଥାନାକୁ ଅବଗତ କରିବାରୁ ଥାନା ଏଏସଆଇ କଳ୍ପତରୁ ସାହୁ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ସ୍ଥାନୀୟ ଏକ କମ୍ପାନିରେ କାର୍ଯ୍ୟରତ କର୍ମଚାରୀମାନେ ଆସି ଗାଡ଼ିଟିକୁ ଉଦ୍ଧାର କରିଛନ୍ତି।