ଯୋଡ଼ା: ଯୋଡ଼ା ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର କଣ୍ଡରା ନିକଟରେ ନୂତନ ପୋଲ ନିର୍ମାଣ ହେଉଥିବା ସ୍ଥାନରେ ଆଜି ସନ୍ଧ୍ୟାରେ ଏକ ସ୍କର୍ପିଓ ଓ ରୋଲର ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ଗୋଟିଏ ପରିବାରର ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ମହିଳାଙ୍କ ନାମ ଅଞ୍ଜଳି ଖିଲାର (୨୮)। ଆହତମାନେ ହେଲେ ଅଞ୍ଜଳିଙ୍କ ସ୍ବାମୀ ଜ୍ୟୋତି ରଞ୍ଜନ ଖିଲାର, ତାଙ୍କ ଶାଶୂ ଲବଙ୍ଗ ମହାକୁଡ଼, ମା’ ଦେବକୀ ଖିଲାର, ପୁଅ ମୋହିତ ଓ ଝିଅ ସ୍ନେହାଶ୍ରୀ। ଏମାନଙ୍କ ଘର ସ୍ଥାନୀୟ ସିଆଳିଯୋଡ଼ା ଗ୍ରାମରେ ବୋଲି ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ ଏକ ସ୍କର୍ପିଓ ( ଓଆର ୦୯ପି ୮୨୨୪) ଯୋଗେ ଏହି ପରିବାର ତାରିଣୀ ଦର୍ଶନ କରି ଘରକୁ ଫେରୁଥିଲେ। ଜାତୀୟ ରାଜପଥର ନୂତନ ପୋଲ ନିକଟରେ ରୋଲର ସହ ଧକ୍କା ହୋଇଥିଲା। ଗୁରୁତର ଆହତଙ୍କୁ ବାସୁଦେବପୁର ପରେ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/accident-khordha-ff.jpg)