ରୋଲରକୁ ଧକ୍କା ଦେଲା ସ୍କର୍ପିଓ; ଜଣେ, ମୃତ ୫ ଗୁରୁତ

ଯୋଡ଼ା:  ଯୋଡ଼ା ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର କଣ୍ଡରା ନିକଟରେ ନୂତନ ପୋଲ ନିର୍ମାଣ ହେଉଥିବା ସ୍ଥାନରେ ଆଜି ସନ୍ଧ୍ୟାରେ ଏକ ସ୍କର୍ପିଓ ଓ ରୋଲର ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ଗୋଟିଏ ପରିବାରର ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ମହିଳାଙ୍କ ନାମ ଅଞ୍ଜଳି ଖିଲାର (୨୮)। ଆହତମାନେ ହେଲେ ଅଞ୍ଜଳିଙ୍କ ସ୍ବାମୀ ଜ୍ୟୋତି ରଞ୍ଜନ ଖିଲାର, ତାଙ୍କ ଶାଶୂ ଲବଙ୍ଗ ମହାକୁଡ଼, ମା’ ଦେବକୀ ଖିଲାର, ପୁଅ ମୋହିତ ଓ ଝିଅ ସ୍ନେହାଶ୍ରୀ। ଏମାନଙ୍କ ଘର ସ୍ଥାନୀୟ ସିଆଳିଯୋଡ଼ା  ଗ୍ରାମରେ ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ ଏକ ସ୍କର୍ପିଓ ( ଓଆର ୦୯ପି ୮୨୨୪) ଯୋଗେ  ଏହି ପରିବାର ତାରିଣୀ ଦର୍ଶନ କରି ଘରକୁ ଫେରୁଥିଲେ।  ଜାତୀୟ ରାଜପଥର ନୂତନ ପୋଲ ନିକଟରେ ରୋଲର ସହ ଧକ୍କା ହୋଇଥିଲା। ଗୁରୁତର ଆହତଙ୍କୁ ବାସୁଦେବପୁର ପରେ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ସମ୍ବନ୍ଧିତ ଖବର