ନିର୍ବାଚନ ଆଚରଣ ବିଧି ଯାଞ୍ଚନେଇ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସ୍କ୍ରିନିଂ କମିଟି

ଭୁବନେଶ୍ବର : ଚଳିତ ନିର୍ବାଚନରେ ଆଚରଣ ବିଧି ସଂପର୍କିତ ପ୍ରସ୍ତାବଗୁଡ଼ିକର ଯାଞ୍ଚ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସ୍କ୍ରିନିଂ କମିଟି ଗଠନ କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଓ ଭାରତୀୟ ନିର୍ବାଚନ କମିସନଙ୍କ ନିକଟକୁ ସେସବୁ ପ୍ରସ୍ତାବ ଅନୁମୋଦନ ପାଇଁ ଯିବା ପୂର୍ବରୁ ସ୍କ୍ରିନିଂ କମିଟି ସେଗୁଡ଼ିକୁ ଯାଞ୍ଚ କରିବ। ଏହି କମିଟିରେ ମୁଖ୍ୟ ସଚିବ ଅଧ୍ୟକ୍ଷ ଥିବା ବେଳେ ପ୍ରସ୍ତାବଗୁଡ଼ିକ ସଂପର୍କିତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହୁଅନ୍ତୁ କି ପ୍ରମୁଖ ସଚିବ ବା ସଚିବ ଏବଂ ସାଧାରଣ ବିଭାଗର ସ୍ବତନ୍ତ୍ର ସଚିବ ସଦସ୍ୟ ରହିଛନ୍ତି। ସ୍କ୍ରିନିଂ କମିଟିର ମଞ୍ଜୁରି ବିନା କୌଣସି ପ୍ରସ୍ତାବ ନିର୍ବାଚନ କମିସନ କି ସିଇଓଙ୍କ ନିକଟକୁ ଯିବ ନାହିଁ। ଏ ନେଇ ସାଧାରଣ ପ୍ରଶାସନ ବିଭାଗର ସ୍ବତନ୍ତ୍ର ସଚିବ ସ୍‌.ଏନ୍‌.ଗିରୀଶଙ୍କ ସ୍ବାକ୍ଷରରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର