(ପୁରୀରୁ ଭବାନୀ ଶଙ୍କର ତ୍ରିପାଠୀଙ୍କ ରିପୋର୍ଟ), ପୁରୀ ବେଳାଭୂମି ନିକଟରେ ଥିବା ନୃସିଂହ ମନ୍ଦିରରେ ପୂଜା ପାଉଛନ୍ତି ଶ୍ରୀ ଅଭୟ ନୃସିଂହ, ଶ୍ରୀ ଚକ୍ର ନୃସିଂହ, ଶ୍ରୀ ଲକ୍ଷ୍ମୀ ନୃସିଂହ। ଶ୍ରୀ ନୃସିଂହଙ୍କ ଉପାସନାଧାରାରେ ୧୦ଟି ତତ୍ତ୍ବ ମଧ୍ୟରୁ ୩ଟି ତତ୍ତ୍ବ ଏଠାରେ ଏକତ୍ରିତ ପୂଜା ପାଇବା ଭାରତବର୍ଷରେ ଏକ ବିରଳ ଚିତ୍ର।
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦାରୁ ଏହି ତୀର୍ଥସ୍ଥଳରେ ଭାସିବା ପରେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀ ଅଭୟ ନୃସିଂହଙ୍କୁ ପ୍ରତିଷ୍ଠା କରି ଉପାସନା କରିଥିବା କୁହାଯାଏ। ମା’ ଲକ୍ଷ୍ମୀଙ୍କ ବାପଘର େବାଲି କେହି କେହି ଏହି ସ୍ଥାନକୁ କହିଥାନ୍ତି। ବିଶ୍ବାସ କରାଯାଏ, ଏକଦା ବାତ୍ୟାରେ ନୀଳଚକ୍ର ଉଡିଆସି ଏହି ସ୍ଥାନରେ ପଡିଥିଲା।
ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’ ଏହି ମନ୍ଦିରକୁ ପୁଣି ଥରେ ଧ୍ବଂସ ମୁହଁକୁ ଟାଣି େନଇଥିଲା। ଅଳ୍ପକେ ବର୍ତିଯାଇଛି। ପବନର େବଗ ଏତେ ଭୀଷଣ ଥିଲା େଯ ସମୁଦ୍ର କୂଳରୁ ଡଙ୍ଗା ଉଡିଆସିଥିଲା ଏଯାଏ, ମାଡ଼ େହାଇଥିଲା ଲୁଣି ପାଣି।
କେବଳ ଏହି େଗାଟିଏ ସ୍ଥାନ ନୁହେଁ, ପୁରୀ ସମୁଦ୍ର ତଟଦେଶରେ େପଣ୍ଠକଟାରୁ ବଳିଆପଣ୍ଡା ପର୍ଯ୍ୟନ୍ତ ପାଖାପାଖି ୧୦ରୁ ଅଧିକ ଏମିତି ବିଶ୍ବପ୍ରସିଦ୍ଧ କୀର୍ତିରାଜି ରହିଛି, ଯାହା ଉପରେ ‘ଫନି’ର ସାଂଘାତିକ ପ୍ରଭାବ ପଡିଛି।
କେଉଁଠାରେ ଅଧିକ ପଡିଛି, କେଉଁଠାରେ କମ୍। କିନ୍ତୁ ଗୁରୁତ୍ବପୂର୍ଣ୍ଣ କଥା େହଲା, ଦୀର୍ଘ ଦିନ ଧରି ଅବହେଳିତ େହାଇ ରହି ଆସିଛି ଏସବୁ ଐତିହ୍ୟସ୍ଥଳୀ। ଏବେ ‘ଫନି’ ପୁରୀ ଉପକୂଳରେ ସ୍ଥଳ ଭାଗ େଯଭଳି ଛାରଖାର କଲା, ତା ପରେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାର ଏବେଠାରୁ େଯାଜନାବଦ୍ଧ ପଦକ୍ଷେପ ନ ନେଲେ, େଗାଟିଏ ଦିନ ଆସିପାରେ, ଯେତେବେଳେ ଏସବୁ କୀର୍ତିରାଜି ଧ୍ବଂସ ମୁଖକୁ ଟାଣି େହାଇଯିବା ବିଚିତ୍ର ନୁହେଁ।
ପୁରୀ ସମୁଦ୍ର ସଂଲଗ୍ନ ସାମନ୍ତ ଚନ୍ଦ୍ର ଶେଖର ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରାବାସ ପାଥରପୁରୀ ସହିତ ରବୀନ୍ଦ୍ର ନାଥ ଟାେଗାରଙ୍କ ସଂପର୍କ ରହିଛି। ଟାେଗାର ସେ ସମୟରେ ପୁରୀ ଆସିବା ବେଳେ ଏଠାରେ ରାତ୍ରିଯାପନ କରିଥିଲେ। ହେଲେ କାହିଁକି କେଜାଣି, ଏହାର ପରିଚୟ କେବଳ ଛାତ୍ରାବାସ ଭିତରେ ସୀମିତ ରହିଯାଇଛି। ନା ମହାବିଦ୍ୟାଳୟ କର୍ତୃପକ୍ଷ ଏେନଇ ବିଶେଷ କୌଣସି ପଦକ୍ଷେପ େନଇଛନ୍ତି, ନା ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ। ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ପ୍ରଭାବରେ ଏହି ଛାତ୍ରାବାସଟି ଧ୍ବସ୍ତବିଧ୍ବସ୍ତ ପ୍ରାୟ। ସୁତରାଂ ସମୟ ଆସିଛି, ରାଜ୍ୟ ସରକାର ଏହାକୁ କେବଳ ଏକ ଛାତ୍ରାବାସ ନୁହେଁ ବରଂ ଏକ ଐତିହ୍ୟସ୍ଥଳୀ ଭାବେ ବିବେଚନା କରିବା ଦରକାର। ପୁନଃନିର୍ମାଣ ଆଳରେ ଏହାର ବିକାଶ, ପ୍ରଚାର, ପ୍ରସାର ଦିଗରେ ପଦକ୍ଷେପ େନବା ଉଚିତ୍।
ସମୁଦ୍ର କୂଳରେ ରହିଛି ପୁରୀ ସ୍ବର୍ଗଦ୍ବାର। ଏହି ପୁଣ୍ୟ େକ୍ଷତ୍ର ପ୍ରତି ବିଭିନ୍ନ ସମୟରେ ବିପଦ ଆସିଛି। ଏ ମଧ୍ୟରେ ସବୁଠାରୁ ସାଂଘାତିକ ଦିଗଟି େହଉଛି, ସ୍ବର୍ଗଦ୍ବାର ଜମିକୁ ଜବରଦଖଲ କରି ଏହାକୁ ସଙ୍କୁଚିତ କରିଦିଆଯାଇଛି। ମାମଲା ଭିତରେ ଛନ୍ଦିଦିଆଯାଇଛି। ରାଜ୍ୟ ସରକାର ଏ ଦିଗରେ ଏଯାଏ କୌଣସି ପଦକ୍ଷେପ ନେବା ଲାଗି ଆଗ୍ରହ େଦଖାଇନାହାନ୍ତି। ଏହି ସ୍ଥାନର ଆଉ ଏକ ବିଶେଷତ୍ବ େହଉଛି, ରାବଣ ସ୍ବର୍ଗକୁ ନିଶୁଣି ବାନ୍ଧିବାର ସଙ୍କେତ ଏଠାରୁ ମିଳିଥାଏ। ବାତ୍ୟା ମାଡ଼ର ଛାପ ସ୍ବର୍ଗଦ୍ବାର ଉପରେ ଗମ୍ଭୀର ଭାବେ ପଡିଛି। ଏହାକୁ ସେଭଳି ଆକର୍ଷଣୀୟ କରାଯାଇପାରିନାହିଁ, ଯାହା ଏହା ଆବଶ୍ୟକ କରେ।
ସେହିଭଳି ଆଦି ଶଙ୍କରାଚାର୍ଯ୍ୟ ଚାରି ଧାମରେ େଯଉଁ ୪ଟି ମଠ ସ୍ଥାପନ କରିଥିଲେ, ତାହା ମଧ୍ୟରୁ ପୁରୀ ଧାମର ମଠ ସମୁଦ୍ର ସଂଲଗ୍ନ ଅଞ୍ଚଳରେ ଅବସ୍ଥିତ। ଗୋବର୍ଧନ ପୀଠ ଭାବେ ଏହା ଭାରତରେ ଜଣାଶୁଣା। ଏହାକୁ ପୂର୍ବାମ୍ନାୟ ପୀଠ େବାଲି ବି କେହି କେହି କହଥାନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ସହିତ େଗାବର୍ଧନ ପୀଠର ସଂପର୍କ େଯତିିକି ନିବିଡ, ଓଡ଼ିଶାର ପରମ୍ପରା, ପର୍ବପର୍ବାଣୀ ପଛରେ ଶଙ୍କରାଚାର୍ଯ୍ୟଙ୍କ ମତ ସେଭଳି ସ୍ବୀକୃତ। ବାତ୍ୟାର ପ୍ରକୋପରୁ ଏହି ପୀଠ ବାଦ ପଡିନାହିଁ।
ଅତିବଡ଼ି ଜଗନ୍ନାଥ ଦାସଙ୍କ ସାଧନାସ୍ଥଳୀ ବି ସମୁଦ୍ର ତଟରେ। ସ୍ବର୍ଗଦାର ଠାରୁ ଟିକିଏ ଆଗକୁ ଗଲେ, ସାତଲହଡି ମଠ ନାମରେ ଏହି ପୀଠ ଜଣାଶୁଣା। େଗାଟିଏ ପଟେ ଏହି ପୀଠ ଜବରଦଖଲ ସାତଲହଡି ମଠ ପ୍ରତି ସରକାରଙ୍କ ଆନ୍ତରିକତା ସଂପର୍କରେ ସୂଚାଉଛି। ଅନ୍ୟପଟରେ ସମୁଦ୍ରର ସିଧା ନଜର ରହିଥିବା କାରଣରୁ ଏହି ମଠ କ୍ଷତିଗ୍ରସ୍ତ ବି େହାଇଛି। ଓଡ଼ିଶାେର ଜୀବନର େଶଷ ୨୪ ବର୍ଷ କଟାଇଥିଲେ ଶ୍ରୀ ଚୈତନ୍ୟ। ତାଙ୍କ ମୂର୍ତି ସମୁଦ୍ର କୂଳରେ ବିରାଜମାନ କରୁଛି ଓ ସିଧା ବାତ୍ୟାକୁ ସାମ୍ନା କରିଛି।
ସେତିକି ନୁହେଁ, ସନ୍ଥ କବୀରଙ୍କ ସହ ସଂପୃକ୍ତ ଥିବା କବୀର ଚୌରା ମଠ, ହରିଦାସ ଠାକୁରଙ୍କ ସମାଧି ପୀଠ, ସପ୍ତ ଋଷିଙ୍କ ସହ ଜଡିତ ସାତାବାନ ମଠ ଏବଂ ମହାଭାରତର ବିଦୁରଙ୍କ ସହ ସଂପୃକ୍ତ ବିଦୁର ମଠ ସମୁଦ୍ର ତଟବର୍ତୀ ଅଞ୍ଚଳରେ ଅବସ୍ଥିତ। ଏହିସବୁ ପୀଠ ଓଡ଼ିଶାର ଐତିହ୍ୟ ଓ ସଂସ୍କୃତିକୁ ରୁଦ୍ଧିମନ୍ତ କରି ରଖିଛି। ଏଯାଏ କିନ୍ତୁ ଏସବୁ େକ୍ଷତ୍ର ବିକାଶ େହାଇନଥିବା ବେଳେ ଏବେ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟାର ଭୀଷଣତା ଭବିଷ୍ୟତ େନଇ ପ୍ରଶ୍ନ ଉଠାଇଲାଣି।
ଏହାବ୍ୟତୀତ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ବଳରାମ ଦାସ ଗୁମ୍ଫା ଓ ନାନକଙ୍କ ସଂପ୍ରଦାୟର ବାଉଳି ମଠ ଏବଂ କିମ୍ବଦନ୍ତୀ ଅନୁସାରେ, ସମୁଦ୍ର କାଳେ ମାଡ଼ି ଆସିବ େବାଲି ସୁରକ୍ଷା ଦେବା ପାଇଁ ଅଧିଷ୍ଠିତ ଠାକୁର ଦରିଆ ମହାବୀର ମନ୍ଦିର, ସୁନାର ଗୌରାଙ୍ଗ ଆଦି ଅନେକ କୀର୍ତିରାଜି ପୁରୀ ସମୁଦ୍ର ନିକଟବର୍ତୀ ଅଞ୍ଚଳରେ ରହିଥିବା ପରିପ୍ରେକ୍ଷୀରେ ଏହାର ସୁରକ୍ଷା ଏବେ ଅବଶ୍ୟମ୍ଭାବୀ େହାଇପଡିଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜେ ପୁରୀ ଆସି ସମୀକ୍ଷା କରିବା ଅବସରରେ େଘାଷଣା କରିଛନ୍ତି େଯ ପୁନଃନିର୍ମାଣ ସହିତ ପୁରୀକୁ ବିଶ୍ବପ୍ରସିଦ୍ଧ ଐତିହ୍ୟସ୍ଥଳୀରେ ପରିଣତ କରାଯିବ। ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ପୁରୀ ଶ୍ରୀମନ୍ଦିର ଠାରୁ ଆରମ୍ଭ କରି ଶ୍ରୀଗୁଣ୍ଡିଚାମନ୍ଦିର ଯାଏ ବିଭିନ୍ନ ମନ୍ଦିର ଆଦିକୁ ପ୍ରଭାବିତ କରିଛି, ପୁରୀରେ ରହିଥିବା ଅନ୍ୟସବୁ ଐତିହ୍ୟସ୍ଥଳୀରେ ଅଳ୍ପବହୁତେ କ୍ଷତି ଘଟାଇଛି। ଏହା େକଉଁଠି ନା େକଉଁଠି ସରକାରଙ୍କୁ ସତର୍କ କରାଇ ଦେଇଛି େଯ ପୁରୀ ସମୁଦ୍ର କୂଳ ନିକଟବର୍ତୀ ଐତିହ୍ୟସ୍ଥଳୀର ବିକାଶ ସହିତ ଏହାର ସୁରକ୍ଷା ଦିଗରେ ସରକାରଙ୍କୁ ବିେଶଷ ଯତ୍ନବାନ ହେବାକୁ ପଡିବ।