ଏରସମା : ଏରସମା ବ୍ଲକ୍ ପଦ୍ମପୁର ପଂଚାୟତ ଅନ୍ତର୍ଗତ ସିଆଳି ବେଳାଭୂମି ଜୁଆର ମାଡ଼ରେ କ୍ଷତିଗ୍ରସ୍ତ ହୋଇଛି। ସମୁଦ୍ର ଜୁଆର ବେଳାଭୂମିର କିଛି ଅଂଶ ଧୋଇ ନେଇ ଥିବା ବେଳେ ଏକମାତ୍ର ଆଶ୍ରୟସ୍ଥଳୀ ଭ୍ୟୁ ଟାଓ୍ଵାର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବେଳାଭୂମିରେ ଅତଡ଼ା ଖସୁଛି ପାଣି ମାଡ଼ରେ। ବାଲିବସ୍ତା ପକାଇ ଏହାକୁ ରକ୍ଷା କରିବାକୁ ଜଳସମ୍ପଦ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଥିଲେ ମଧ୍ୟ ଏହା କୈାଣସି ସୁଫଳ ଦେଉନାହିଁ। ଏଭଳି ସ୍ଥିତିରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଲୁଣାପାଣିରେ ନିକଟବର୍ତୀ ଗ୍ରାମ ସିଆଳି, କଳାବେଦୀ, ରାମତରା, ସଂଖା ଗ୍ରାମର ଚାଷଜମି କ୍ଷତିଗ୍ରସ୍ତ ହୋଇଛି।
ଲୁଣାପାଣି ଧୋଇନେଲା, ପର୍ଯ୍ୟଟନସ୍ଥଳୀ ସିଆଳି କ୍ଷତିଗ୍ରସ୍ତ
/sambad/media/post_attachments/wp-content/uploads/2018/07/Earasma.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)