ଭୁବନେଶ୍ବର: ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି। ସୋମବାର ଏହି ସମ୍ମିଳନୀର ପ୍ରଥମ ଦିନର ଦ୍ବିତୀୟ ଅଧିବେଶନରେ
ଜଳବାୟୁ ପରିବର୍ତ୍ତନ ଦୃଷ୍ଟିରେ ରାସ୍ତା ବିକାଶ ପ୍ରକଳ୍ପ ଶୀର୍ଷକ ଆଲୋଚନାରେ ଆଇନ, ପୂର୍ତ୍ତ, ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପୂର୍ତ୍ତ ବିଭାଗ ଇ.ଆଇ.ସି ତଥା ସ୍ୱତନ୍ତ୍ର ସଚିବ, ଲକ୍ଷ୍ମୀଧର ପାଢ଼ୀ, ପୂର୍ବ ପରିଚାଳନା ନିର୍ଦ୍ଦେଶକ, ଓଡ଼ିଶା ସେତୁ ଏବଂ ନିର୍ମାଣ ନିଗମ (ଓବିସିସି)ଜୟ କୃଷ୍ଣ ଦାସ ଯୋଗ ଦେଇଥିଲେ।
ଏହି ଅବସରରେ ପୂର୍ତ୍ତ ବିଭାଗ ଓଡ଼ିଶା ସେତୁ ଏବଂ ନିର୍ମାଣ ନିଗମ (ଓବିସିସି)ଜୟ କୃଷ୍ଣ ଦାସ କହିଲେ, ପୁନଶ୍ଚ ପୃଥିବୀର ଏହି ଅଭିଯାନ ଅଭିନନ୍ଦନୀୟ। ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମସ୍ତଙ୍କ ଉପରେ ପଡିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଓଡ଼ିଶାରେ ୫ରୁ ୬% ବର୍ଷା ବଢ଼ିଛି। ଅନ୍ତର୍ଜାତୀୟ ଜଳ ସମ୍ପଦ ରିପୋର୍ଟରେ ଓଡ଼ିଶା ନେଇ ଏହି ତଥ୍ୟ ପ୍ରକାଶ ପାଇଛି। ବିଶ୍ବ ତାପନ ଯୋଗୁ ଓଡ଼ିଶାର ଉପକୂଳରେ ସମୁଦ୍ର ଜଳସ୍ତର ୪୦ରୁ ୫୦ ସେଣ୍ଟିମିଟର ବଢ଼ିଯିବ। ପୁରୀଠାରୁ ପାରାଦୀପ ଅଞ୍ଚଳରେ ଏହା ଦେଖିବାକୁ ମିଳିବ।
ଅପରପକ୍ଷରେ ବିଶ୍ବସ୍ତରେ ଏହାର ୨୦ରୁ ୩୦ ସେଣ୍ଟିମିଟର ରହିଛି। ମହାବାତ୍ୟା ପରଠାରୁ ଓଡ଼ିଶାରେ ପ୍ରତି ବର୍ଷ ବିଭିନ୍ନ ବାତ୍ୟା ଦେଖାଯାଉଛି। ଗ୍ରୀନ୍ ହାଉସ୍ ଗ୍ୟାସ୍ ଦ୍ବାରା ୧୨୦ ବର୍ଷ ମଧ୍ୟରେ ତାପମାତ୍ରା ୧.୧ ଡିଗ୍ରୀ ତାପମାତ୍ରା ବଢ଼ିଛି। ଆସନ୍ତା ୨୦ରୁ ୩୦ ବର୍ଷ ମଧ୍ୟରେ ୪ ଡିଗ୍ରୀରେ ପହଞ୍ଚିବ। ଗ୍ରୀନ୍ ହାଉସ୍ ଗ୍ୟାସ୍ କ୍ଷେତ୍ରରେ ରାସ୍ତା ପ୍ରକଳ୍ପରେ ଭାରତରେ ଆଙ୍ଗାରକାମ୍ଳର ପରିମାଣ ୧୨% ରହିଛି। ରାଜ୍ୟରେ ହେଉଥିବା ଅଧିକ ବର୍ଷା ହେଉଛି।
ରାଜ୍ୟରେ ସମୁଦ୍ର ପତ୍ତନ ୨୦୫୦ ସୁଦ୍ଧା ଚିଲିକା ଏବଂ ପୁରୀରେ ୫୫ ସେମି ବଢ଼ି ଯିବ ବୋଲି ଆକଳନ କରାଯାଇଛି। ଏପରିସ୍ଥଳେ ପୃଥିବୀର ସମଗ୍ର ସମୁଦ୍ରର ଜଳସ୍ତର ୨୦ରୁ ୨୫ ସେମି ବଢ଼ିବାର ଆକଳନ କରାଯାଇଛି।
ଓନିଶରେ ପ୍ରତିଦିନ ୧୬ ଜଣ ଲୋକ ରାସ୍ତା ଦୁର୍ଘଟଣାରେ ମରୁଛନ୍ତି। ଏଥିରେ ସୁଧାର ଜରୁରୀ। ଏହା ସହିତ ଅଙ୍ଗାରକାମ୍ଲ ନିଗର୍ମନ ପରିମାଣ ହ୍ରାସ କରିବାକୁ ପଡ଼ିବ।
ଏହା ସହିତ ରାସ୍ତା ପ୍ରକଳ୍ପରେ ବେଆଇନ ନିର୍ମାଣକୁ ନେଇ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/10/06/sea-levels-to-rise-by-55-cm-in-chilika-and-puri-by-2050-2025-10-06-14-04-42.jpg)