ଗଂଜାମ ଜିଲ୍ଲା ଚିକିଟି ବ୍ଲକ୍‌ ସୁନାପୁର ବେଳାଭୂମିରେ ବିରଳ ସାମୁଦ୍ରିକ ବୃକ୍ଷ

ଚିକିଟି : ଗଂଜାମ ଜିଲ୍ଲା ଚିକିଟି ବ୍ଲକ୍ ସୁନାପୁର ବେଳାଭୂମି ଏକ ନିଆରା ପର୍ଯ୍ୟଟନସ୍ଥଳୀ। ଆଜି ସୁନାପୁର ବେଳାଭୂମି ମହୋତ୍ସବ ଉଦଘାଟନ ପର୍ବର କିଛି ଘଣ୍ଟା ପୂର୍ବରୁ ଏକ ବିରଳ ସାମୁଦ୍ରିକ ବୃକ୍ଷ ଢେଉରେ ଭାସି ଆସି ବେଳାଭୂମିରେ ଲାଗିଥିଲା। ଅପରାହ୍ନ ପ୍ରାୟ ୨ଟାରେ ସୁନାପୁର ବେଳାଭୂମିରେ ଲୋକେ ଏହା ଦେଖିବାକୁ ପାଇଥିଲେ। ଏହି ବୃକ୍ଷକୁ ଦେଖି ବିଜ୍ଞାନପ୍ରେମୀ ଶିକ୍ଷକ କରୁଣାକର ବେହରା ଆଗ୍ରହର ସହିତ ମହୋତ୍ସବ କାମରେ ନିୟୋଜିତ ଥିବା କିଛି ଯୁବକଙ୍କୁ ଡାକି ବୃକ୍ଷଟି ପୁଣି ସମୁଦ୍ର ଗର୍ଭକୁ ଯିବା ପୁର୍ବରୁ ବାହାରକୁ ଟାଣି ଆଣି ତାର ବିଭିନ୍ନ ଅଂଶକୁ ତର୍ଜମା କରିଥିଲେ। ଏହାର ଗଣ୍ତି ଭିତରେ ପାଇପ ସଦୃଶ ନଳୀ ରହିଥିବା ସାଂଗକୁ ମୂଳ ବହୁମାତ୍ରାରେ ଛନ୍ଦାଛନ୍ଦି ହୋଇ ରହିଥିଲା। ଶିକ୍ଷକ ଶ୍ରୀ ବେହେରା କହିବା ଅନୁଯାୟୀ, ଅଗଭୀର ସମୁଦ୍ର ମଧ୍ୟରେ ଏଭଳି ସାମୁଦ୍ରିକ ଉଦ୍ଭିଦ ଜନ୍ମିଥାଏ। ଏହା ସମୁଦ୍ର ଲହଡ଼ିରୁ ଅଙ୍ଗାରକାମ୍ଳ ଗ୍ରହଣ କରି ବଂଶ ବିସ୍ତାର କରୁଥବା ବେଳେ ସେ ତ୍ୟାଗ କରିଥିବା ଅମ୍ଳଜାନକୁ ସାମୁଦ୍ରିକ ପ୍ରାଣୀମାନେ (ମାଛ,କଙ୍କଡ଼ା ଇତ୍ୟାଦି)ଗ୍ରହଣ କରିଥାନ୍ତି।

ସମ୍ବନ୍ଧିତ ଖବର