ଜଙ୍ଗଲ ଭିତରକୁ ମାଡ଼ିଗଲାଣି ସମୁଦ୍ର, ଗଛ ଉପାଡ଼ି ମାଟି ତାଡ଼ି ନେଲା ଜୁଆର

ରାଜନଗର, (ସୂର୍ଯ୍ୟ ନାରାୟଣ ଲେଙ୍କା): ବ‌ଙ୍ଗୋପସାଗର କୂଳ ଲ˚ଘୁଛି। ବିଶ୍ବ ତାପନ ଓ ସୁନାମୀ ଆସିବା ପରଠାରୁ ସମୁଦ୍ର ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ବାତ୍ୟା ‘ଫନି’ ସମୟରେ ସାତଭାୟାରୁ ଏକକୂଳା ମଧୢରେ ସମୁଦ୍ର ଜୁଆର ତାଣ୍ତବ ରଚିଛି। ଶହ ଶହ ଗଛ ଉପାଡି ଭସାଇ ନେବା ସହ ବାଲିମେଦ ଓ ମାଟିକୁ ତାଡି ନେଇଛି। ଏପରିକି ହବାଳିଖଟି ନିକଟରେ ସମୁଦ୍ର ଭିତରକନିକା ଜଙ୍ଗଲ ଭିତରକୁ ମାଡ଼ି ଯାଇଛି। ରାଜନଗର ଅଞ୍ଚଳ ସହିତ ଉପକୂଳର ସୁରକ୍ଷା କବଚ ଭିତରକନିକା ଲୁଣା ଜଙ୍ଗଲ ପ୍ରତି ବିପଦ ସୃଷ୍ଟି ହୋଇଛି।

୧୯୭୧ ପ୍ରଳୟଙ୍କରୀ ବାତ୍ୟାରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ସମୁଦ୍ର ସାତଭାୟା ଜନବସତିକୁ ମାଡି ଆସିଥିଲା। ଗୋବିନ୍ଦପୁର, ମାନପୁର, କୁଳିଆଓରା, ଖରିକୁଲ୍ଲା, ସରପଦା ପ୍ରଭୃତି ୫ଟି ଗାଁ ସମୁଦ୍ର ବକ୍ଷରେ ଲୀନ ହୋଇଯାଇଥିଲା। ୧୯୯୯ ମହାବାତ୍ୟାରେ ସ˚ପୂର୍ଣ୍ଣ ସାତଭାୟାକୁ ବ‌ଙ୍ଗୋପସାଗର ନିଜ ବକ୍ଷକୁ ନେଇଗଲା। ସାତଭାୟାବାସୀଙ୍କୁ ବଗପାଟିଆରେ ଥଇଥାନ କରାଯାଇଛି। ୨୦୦୦ ମସିହାରେ ସୁନାମୀ ଆସିବା ପରଠାରୁ ପେଣ୍ଠ ନିକଟରେ ବ‌ଙ୍ଗୋପସାଗର କୂଳ ଖାଇ ଗାଁ ମୁହାଁ ହୋଇଛି। ୧୬ବର୍ଷ ଭିତରେ ୩ କିମି ବାଲିପଠାକୁ ଗର୍ଭସ୍ଥ କରିବା ସହ ରାଜନଗର ଗୋପାଳପୁର ଲୁଣା ଘେରିବନ୍ଧର ୮ଶହ ମିଟର ବନ୍ଧକୁ ଧୋଇ ନେଇଛି। ପେଣ୍ଠ ନିକଟରେ ସମୁଦ୍ରକୁ ଅକଟାଇବା ପାଇଁ ଓଡିଶାର ପ୍ରଥମ ଜିଓ ସିନ୍ଥେଟିକ ସି’ ୱାଲ ନିର୍ମାଣ କରାଯାଇଛି। ଏବେ ବ‌ଙ୍ଗୋପସାଗର ସାତଭାୟାର ପୁରୁଣା ଜନବସତିଠାରୁ ଏକକୂଳା ଯାଏଁ ଦୀର୍ଘ ୧୦କିମି ବେଳାଭୂମିରେ ତାଣ୍ତବ ରଚୁଛି। ସାତଭାୟାରୁ ଏକକୂଳା ଯାଏଁ ଥିବା ବାଲିପାହାଡକୁ ଅଧରକା˚ଶ ସ୍ଥାନରେ ସମୁଦ୍ର ଜୁଆର ଗତ ୫ବର୍ଷ ମଧୢରେ ଧୋଇ ନେଇଛି। ଏଥିସହ ଉପକୂଳ ଓଡିଶାର ସୁରକ୍ଷା କବଚ କୁହାଯାଉଥିବା ଲୁଣା ଜଙ୍ଗଲ ଓ ହେନ୍ତାଳବଣ ମଧୢ ସମୁଦ୍ର ଉଚ୍ଚଜୁଆରରେ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଗତ ୫ବର୍ଷ ମଧୢରେ ସାତଭାୟାରୁ ଏକକୂଳା ମଧୢରେ ପ୍ରାୟ ୧ ଲକ୍ଷ ଗଛକୁ ସମୁଦ୍ର ଉପାଡି ଦେଇଛି। ‘ଫନି’ ସମୟରେ ବ‌ଙ୍ଗୋପସାଗର ଉଗ୍ର ହୋଇ ଉପକୂଳର ସୁରକ୍ଷା କବଚକୁ ଭୟଙ୍କର ଭାବେ ମାଡ଼ ଦେଇଛି। ହବାଳିଖଟିର ୧ କିମି ପୂର୍ବରୁ ସମୁଦ୍ର ଜଙ୍ଗଲ ମଧୢକୁ ପଶିଯାଇଛି। ସେଠାରେ ଗଛ ଉପାଡି, ବାଲି ଧୋଇ ନେବା ସହ ପ୍ରାୟ ୩୦ଫୁଟ ଚଉଡାର ମାଟି ତାଡି ନେଇଛି। ଫଳରେ ସମୁଦ୍ର ପାଣି ଜଙ୍ଗଲରେ ଲହଡି ଭାଙ୍ଗୁଛି। ଏହା ବାଦ୍‌ ସାତଭାୟାରୁ ହବାଳିଖଟି ମଧୢରେ ଦୀର୍ଘ ୪ କିମି ଧରି ଶହ ଶହ ଗଛକୁ ସମୁଦ୍ର ଉପାଡି ଭସାଇ ନେଇଛି। ସାତଭାୟାରୁ ଏକକୂଳା ମଧୢରେ କାଦୁଆନାଶି, ହବାଳିଖଟି ଓ ଏକକୂଳା ନିକଟରେ ଲୁଣାଜଙ୍ଗଲ ଅଧିକ କ୍ଷତିଗ୍ରସ୍ତ ହୋଇଛି।

ଉଲ୍ଲେଖ ଥାଉ କି, ସମୁଦ୍ର ଛାଡ଼ ସମୟରେ ମଟର ସାଇକଲରେ ବନକର୍ମଚାରୀମାନେ ହବାଳିଖଟି ଯାଇଥାନ୍ତି। ମାତ୍ର ବାତ୍ୟା ‘ଫନି’ରେ ସମୁଦ୍ର କୂଳେ କାଦୁଅ ଓ ପୁରୁଣା ଗଛର ଖୁଣ୍ଟା ବାହାରିକି ରହିଥିବାରୁ ମଟର ସାଇକଲ ଦୂରର କଥା ସମୁଦ୍ର କୂଳେ କୂଳେ ଚାଲିକରି ଯିବା ମଧ୍ୟ କଷ୍ଟସାଧୢ ହୋଇପଡିଛି। ‘ଫନି’ରେ ସମୁଦ୍ର ଜୁଆର ପର୍ଯ୍ୟଟନସ୍ଥଳୀ ହବାଳିଖଟିରେ ପର୍ଯ୍ୟଟକଙ୍କ ପାଇଁ ଥିବା ରେଷ୍ଟସେଡ୍‌କୁ ମାଡ ଦେଇ କ୍ଷତିଗ୍ରସ୍ତ କରିଛି। ଏହା ବାଦ୍‌ ବିରଳ ଅଲିଭରିଡ୍‌ଲେଙ୍କ ପ୍ରଜନନସ୍ଥଳୀ ଅଗରନାସୀ-୧, ୨କୁ ସମୁଦ୍ର କ୍ରମାଗତ ଭାବେ ଗର୍ଭସ୍ଥ କରିନେଉଛି।

କୁହାଯାଏ ପାରାଦୀପ ବନ୍ଦର ନିର୍ମାଣ ହେବା ପରେ ସାତଭାୟା ଅଞ୍ଚଳକୁ ସମୁଦ୍ର ଖାଇବା ଆରମ୍ଭ କରିଥିଲା। ଏହାପରେ ପାଣିପାଗ ପରିବର୍ତ୍ତନ ସହ ଧାମରା ବନ୍ଦରକୁ ଅଧିକ କ୍ଷମତା ସମ୍ପନ୍ନ ଜାହାଜ ଆସିବା ପାଇଁ ଡ୍ରେଜିଂ କରାଯିବା ଓ ଅବଦୁଲ କଲାମ ଦ୍ବୀପର ସୁରକ୍ଷା ପାଇଁ ପଥର ପ୍ୟାକି˚ କରାଯିବା ପରେ ଟ୍ରେକି˚ ୱାଟର ସିଷ୍ଟମ ଯୋଗୁଁ ସମୁଦ୍ର ତାର ଗତପଥ ବଦଳାଇ ରାଜନଗର ଉପକୂଳ ଖାଇ ଜନବସତି ଓ ଜଙ୍ଗଲ ମଧୢକୁ ମାଡ଼ି ଆସିଲାଣି।

ସମ୍ବନ୍ଧିତ ଖବର