ଧର୍ମଶାଳା : ଧର୍ମଶାଳା ତହସିଲ ଅନ୍ତର୍ଗତ ଜାବରା ମୌଜାରେ ବେଆଇନ ଭାବେ ଚାଲିଥିବା ୨ଟି କ୍ରସରକୁ ପ୍ରଶାସନ ପକ୍ଷରୁ ଗତକାଲି ସିଲ୍ କରାଯାଇଛି। ସେହିପରି ପରିବେଶ ମଞ୍ଜୁରୀ ନଥିବା ୨ଟି କ୍ରସରକୁ ବନ୍ଦ କରିବା ପାଇଁ ନୋଟିସ୍ ଦିଆଯାଇଛି। ଏଥିସହ ଏଠାରେ ଥିବା କଳାପଥର, ଚିପ୍ସ, ବଜୁରି ଆଦି ସାମଗ୍ରୀକୁ ଜବତ କରାଯାଇଛି। ଧର୍ମଶାଳା ଥାନା ପୁଲିସ୍ ସହାୟତାରେ ଅତିରିକ୍ତ ତହସିଲଦାର ଶୀତଲ ଅଗ୍ରୱାଲ, ଆରଆଇ ରଂଜନ ବିଶ୍ବାଳ, ମାନସ ବେଜ ଓ ଏଆରଆଇ ଜଗବନ୍ଧୁ ଜେନା ପ୍ରମୁଖ ଏହି ଚଢ଼ଉରେ ସାମିଲ ଥିଲେ। କ୍ରସର ଚଳାଇବା ପାଇଁ ମାଲିକମାନେ ଆବଶ୍ୟକ କାଗଜପତ୍ର ଦେଖାଇ ନପାରିବାରୁ ସିଲ୍ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଜାବରା ମୌଜାର ୨ କ୍ରସର ସିଲ୍
/sambad/media/post_attachments/wp-content/uploads/2021/02/jajpur-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)