ଭୁବନେଶ୍ବର : ସପ୍ତାହକୁ ତିନି ଦିନ ଚାଲୁଥିବା ସିଆଲ୍ଦା-ଭୁବନେଶ୍ବର-ସିଆଲ୍ଦା ଟ୍ରେନ୍ ଜୁଲାଇ ୧୩ରୁ ସପ୍ତାହକୁ ଦୁଇ ଦିନ ଚାଲିବ। ଏହି ଟ୍ରେନ୍ ଏଣିକି ପ୍ରତି ସୋମବାର ଓ ଶୁକ୍ରବାର ସିଆଲ୍ଦାରୁ ବାହାରିବ। ଭୁବନେଶ୍ବରରୁ ଏହା ମଙ୍ଗଳବାର ଓ ଶନିବାର ଛାଡ଼ିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି। ପୂର୍ବରୁ ଏହି ଟ୍ରେନ୍ ଯେଉଁ ଯେଉଁ ଷ୍ଟେସନରେ ରହୁଥିଲା ଆଗକୁ ବି ସେମିତି ଜାରି ରହିବ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏବଂ ଟ୍ରେନ୍ରେ ଯାତ୍ରୀ ହେଉନଥିବାରୁ ପୂର୍ବତଟ ରେଳପଥ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ସିଆଲ୍ଦା-ଭୁବନେଶ୍ବର-ସିଆଲ୍ଦା ସ୍ବତନ୍ତ୍ର ଟ୍ରେନ୍ ଦୁଇ ଦିନ ଚାଲିବ
/sambad/media/post_attachments/wp-content/uploads/2020/07/sialadah.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)