ଚିଲିକାରେ ବିମାନ ଅବତରଣ ଘଟଣା : ସିଜ୍‌ ହେଲା ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର

ଭୁବନେଶ୍ୱର : ଶନିବାର ଦିନ ଚିଲିକା ଉପରେ ବିମାନ ଅବତରଣ ଘଟଣାକୁ ନେଇ ସମଗ୍ର ରାଜ୍ୟରେ ସୃଷ୍ଟି ହୋଇଥିଲା ହଟଚମଚ। ଏହାକୁ ନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମେରାଇନ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ଏହି ଘଟଣାର ତନାଘନା ପରେ ଶନିବାର ଦିନ ଚିଲିକା ଉପରେ ଉଡୁଥିବା ହେଲିକପ୍ଟକୁ ଠାବ କରାଯାଇ ସିଜ୍‌ କରାଯାଇଛି। ଏହି ହେଲିକପ୍ଟରଟି ହେଉଛି ବୈଜୟନ୍ତ ପଣ୍ଡାଙ୍କର। ପୁଲିସ ପକ୍ଷରୁ ହେଲିକପ୍ଟକୁ ସିଜ୍‌ କରାଯିବା ସହ ବୈଜୟନ୍ତଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରାଯାଇଛି। ପୁରୀ ଏସ୍‌ପି ସାର୍ଥକ ଷଡଙ୍ଗୀ ଏହି ସୂଚନା ଦେଇଛନ୍ତି। ଏହି ହେଲିକପ୍ଟରକୁ ଶନିବାର ଦିନ ଚିଲିକାରେ ଅବତରଣ କରିବା ସମୟରେ ଏଥିରେ ବୈଜୟନ୍ତୀଙ୍କ ସହ ଅନ୍ୟ ୨ ଜଣ ଥିବା ମଧ୍ୟ ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ଗତ ଶନିବାର ମଧ୍ୟାହ୍ନରେ ଚିଲିକାର ନଙ୍ଗାନାଶୀ ମୁହାଣରେ ଏକ ବିମାନ ଅବତରଣ କରିବା ସହ ପ୍ରାୟ ୧୫ ମିନିଟ୍‌ ରହି ଚାଲିଯାଇଥିଲା। ଚିଲିକା ଉପରେ ବିମାନ ଚକ୍କର କାଟିବା ସହ ମୁହାଣରେ ଅବତରଣ କରିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ଚିଲିକାରେ ଥିବା ମତ୍ସ୍ରଜୀବୀ ଓ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଦେଖିଥିବା ବେଳେ ତଟ ସୁରକ୍ଷା ଦାୟିତ୍ୱରେ ରହିଥିବା ସାମୁଦ୍ରିକ ଥାନା କିମ୍ବା ସ୍ଥାନୀୟ ପୁଲିସ ଏହାର ଟେର ପାଇପାରିଲେ ନାହିଁ। ଏପରିକି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଜାଣିପାରିଲେ ନାହିଁ। ଯାହାକୁ ନେଇ ବିବାଦ ଦେଖାଦେଇଥିଲା। ଏହାପରେ ଚିଲିକା ଉନ୍ନୟନ ପକ୍ଷରୁ ଘଟଣାର ଯାଞ୍ଚ କରାଯିବା ସହ ସ୍ଥାନୀୟ ମେରାଇନ ଥାନାରେ ଏକ ମାମଲା ରୁଜୁ କରିଥିଲା। ଏହି ମାମଲା ଆଧାରରେ ପୁଲିସ ଘଟଣାର ତଦନ୍ତ କରି ହେଲିକପ୍ଟରକୁ ସିଜ୍‌ କରିବା ସହ ଘଟଣାର ତନାଘନା ଜାରି ରଖିଛି।

ସମ୍ବନ୍ଧିତ ଖବର