୪୧୩୭ ସ୍କୁଲ ଯାଞ୍ଚ କରିବାକୁ ନିର୍ଦେଶ

ଭୁବନେଶ୍ୱର : ଉପସ୍ଥାନ କମ୍‌ ଥିବା ରାଜ୍ୟର ୪୧୩୭ ସ୍କୁଲ ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି)ଙ୍କୁ ନିର୍ଦେଶ ଦିଆଯାଇଛି। ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓପେପା)ର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭୂପିନ୍ଦର ସିଂ ପୁନିଆ କହିଛନ୍ତି ଯେ ରାସନାଲାଇଜେସନ ଅଫ୍‌ ସ୍କୁଲ ନୀତି ଆଧାରରେ ୧୦୦ ମିଟର ମଧ୍ୟରେ ଥିବା ୪୧୩୭ ସ୍କୁଲକୁ ମିଶାଇ ଦିଆଯିବ। ଏଥିରେ ୩୧୦୭ ପ୍ରାଥମିକ ବିଦ୍ୟାଳୟରେ ୨୦ରୁ କମ୍‌ ଛାତ୍ରଛାତ୍ରୀ ରହିଥିବା ବେଳେ ୨୦୯ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୩୦ରୁ କମ୍‌ ପିଲା ରହିଛନ୍ତି। ସେହିପରି ମାଧ୍ୟମିକ ବିଦ୍ୟାଳୟରେ ବି କମ୍‌ ଛାତ୍ରଛାତ୍ରୀ ରହିଛନ୍ତି। ଜିଲ୍ଲା ଅନୁଯାୟୀ ଦିଆଯାଇଥିବା ସ୍କୁଲଗୁଡ଼ିକ ଯାଞ୍ଚ କରି ଜୁଲାଇ ୨୦ ମଧ୍ୟରେ ତଥ୍ୟ ଦେବାକୁ ଓପେପା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର