ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ପୁଲିସକୁ ସଫଳତା ମିଳିଛି। ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ ସମେତ ଡିଆରଜି,ଏସଟିଏଫ ଯବାନ କେରଲାପାଲ ଅଞ୍ଚଳରେ ଥିବା ଜଙ୍ଗଲରେ ସର୍ଚ୍ଚ ଅପରେସନ କରିଥିଲେ।
ସର୍ଚ୍ଚ ଅପରେସନ ବେଳେ ଜଙ୍ଗଲରେ କିଛି ସନ୍ଦିଗ୍ଧ ବ୍ୟକ୍ତି ଯବାନଙ୍କୁ ଦେଖି ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଯବାନ ଜଙ୍ଗଲକୁ ଘେରି ସେମାନଙ୍କୁ କାବୁ କରିଥିଲେ।
ପରେ ସେମାନଙ୍କୁ ପଚରାଉଚରା କରିବା ପରେ ସେମାନେ ନକ୍ସଲ ସଂଗଠନରେ ସକ୍ରିୟ ସଦସ୍ୟ ଥିବା ସ୍ବୀକାର କରିଥିଲେ। ସେମାନଙ୍କ ମଧ୍ୟରୁ ଜଣକ ନାମରେ ୧ ଲକ୍ଷ ଟଙ୍କାର ପୁରସ୍କାର ରହିବା ବେଳେ ଅନ୍ୟ ଜଣେ ନକ୍ସଲଙ୍କ ନାମରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିବା ଜଣାପଡ଼ିଛି।
ସେମାନଙ୍କ ଠାରୁ ପୁଲିସ ଟିଫିନ ବୋମା ସହ ଅନ୍ୟ ବିସ୍ଫୋରକ ଜବତ କରିଛି। ସମସ୍ତେ ଗୋଗୁଣ୍ଡା ଅଞ୍ଚଳର ବୋଲି ପୁଲିସ କହିଛି। ସମସ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି।
Malkangiri | Naxal
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/08/30/search-operation-5-naxals-arrested-2025-08-30-22-13-01.jpg)